ଓଡିଶାକୁ ଝଟ୍କା ; ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ସୁପ୍ରିମ୍କୋର୍ଟ
3/12/2018 at 4:03 PM

ନୂଆଦିଲ୍ଲୀ ୦୩|୧୨: ପୋଲାଭରମ୍ ପ୍ରକଳ୍ପ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରକଳ୍ପ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ପୋଲାଭରମ୍ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶା ଓ ଛତିଶଗଡ଼କୁ ଜନଶୁଣାଣି କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ସ୍ଥଗିତାଦେଶ ଦେବାକୁ ଆବେଦନ କରିଥିଲେ ଓଡିଶା ସରକାର । ଜନ ଶୁଣାଣି ନେଇ ସମସ୍ତ ସୂଚନା କେନ୍ଦ୍ର ସରକାର ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଆଜି ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଥିଲା । ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ମଦନ ବି ଲୋକୁର, ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ଏସ୍ ଏ ନଜିରଙ୍କ ଖଣ୍ଡପୀଠ ପୋଲାଭରମ୍ ପ୍ରକଳ୍ପ ନେଇ ଶୁଣାଣି କରିଛନ୍ତି ।