Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନା ସଙ୍କଟରେ ସୋସିଆଲ ମିଡିଆରେ ସାହାଯ୍ୟ ମାଗିଲେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ସୁପ୍ରିମ୍‌କୋର୍ଟ

30/04/2021 at 5:02 PM

ନୂଆଦିଲ୍ଲୀ ୩୦/୪: ଦେଶରେ କରୋନା ଭୂତାଣୁ ସଂକ୍ରମଣର ଚିତ୍ର କାହାକୁ ଅଛପା ନାହିଁ। ଏହି ସଙ୍କଟ ସମୟରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କରୋନାକୁ ନେଇ କେନ୍ଦ୍ରକୁ ନିଜର ନ୍ୟାସନାଲ୍‌ ପ୍ଲାନ ମାଗିବା ସହ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୋସିଆଲ ମିଡିଆରେ ଯେଉଁ ସବୁ ଲୋକ ନିଜର ଅସୁବିଧା ସମ୍ପର୍କରେ କହୁଛନ୍ତି ସେମାନଙ୍କୁ ଦୁର୍ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।

ଯଦି କୌଣସି ନାଗରିକ ସୋସିଆଲ ମିଡିଆରେ ବା ଅନ୍ୟ ପ୍ଲାଟଫର୍ମରେ ନିଜର ସମସ୍ୟା ସମ୍ପର୍କରେ କହୁଛନ୍ତି, ତେବେ ଏହାର ମାନେ ନୁହେଁ ସେ ଭୁଲ୍‌ କହୁଛନ୍ତି। କୌଣସି ପ୍ରକାର ସୂଚନାକୁ ଚାପି ଦିଆଯାଇପାରିବ ନାହିଁ ବୋଲି ଶୁଣାଣି ସମୟରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ କହିଛନ୍ତି। ଏହା ସହ କୋର୍ଟ କହିଛନ୍ତି, ଯଦି ସୋସିଆଲ ମିଡିଆରେ ନିଜର ସମସ୍ୟା କହିଥିବା କୌଣସି ବ୍ୟକ୍ତିଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହାକୁ କୋର୍ଟଙ୍କ ଅବମାନନା ବୋଲି ଧରିନିଆଯିବ। କୌଣସି ରାଜ୍ୟ କୌଣସି ପ୍ରକାର ସୂଚନାକୁ ଦବାଇପାରିବେ ନାହିଁ।

ଆମେ ଏବେ ସଙ୍କଟ ସମୟ ଦେଇ ଗତି କରୁଛନ୍ତି ଏହି ସମୟରେ ସାଧାରଣ ଲୋକଙ୍କ କଥା ଶୁଣିବା ଜରୁରି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିକଟରେ ଉତ୍ତରପ୍ରଦେଶର ଆମେଠିରେ ଏକ ବ୍ୟକ୍ତିଙ୍କୁ କରୋନାକୁ ନେଇ ଭୁଲ ଖବର ପ୍ରସାରଣ କରୁଥିବା ଅଭିଯୋଗରେ ମାମଲା ରୁଜୁ ହେବା ପରେ ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ସାମ୍ନା ଆସିଛି। ଯୁବକଜଣଙ୍କ ସୋସିଆଲ୍‌ ମିଡିଆରେ ଅକ୍ସିଜେନ୍‌ ପାଇଁ ସାହାଯ୍ୟ ମାଗିଥିଲେ। କିନ୍ତୁ ସେ କରୋନା ପଜିଟିଭ୍‌ ନଥିଲେ । ଏହାକୁ ନେଇ ତାଙ୍କ ଉପରେ ଆମେଠିରେ ମାମଲା ରୁଜୁ ହୋଇଥିଲା।

   Related Posts