UGC ନିଷ୍ପତ୍ତି ଅକ୍ଷୁର୍ଣ୍ଣ, ସୁପ୍ରିମକୋର୍ଟ କହିଲେ-ଫାଇନାଲ ପରୀକ୍ଷା ବିନା ମିଳିବନି ଡିଗ୍ରୀ, ତାରିଖ ସ୍ଥଗିତ ରଖିପାରିବେ ରାଜ୍ୟ ସରକାର

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮/୦୮ : ସୁପ୍ରିମକୋର୍ଟ ୟୁଜିସି ନିଷ୍ପତ୍ତିକୁ ଅକ୍ଷୁର୍ଣ୍ଣ ରଖି କହିଛନ୍ତି ଯେ ଅନ୍ତିମ ବର୍ଷ ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କରାଯାଉ | ଅନ୍ତିମ ବର୍ଷ ପରୀକ୍ଷା ବିନା ଛାତ୍ରଙ୍କୁ ପାସ କରାଯିବ ନାହିଁ ବୋଲି ଅଦାଲତ କହିଛନ୍ତି | ଆଦିତ୍ୟ ଠାକରେଙ୍କ ଯୁବ ସେନା ସମେତ ଅନେକ ଆବେଦନରେ କରୋନା ସଙ୍କଟ ମଧ୍ୟରେ ପରୀକ୍ଷା ରଦ୍ଦ କରିବାକୁ ଦାବି ହୋଇଥିଲା | କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷା ସଂସ୍ଥା ବନ୍ଦ ରହିଛି | ପିଲା ପରୀକ୍ଷା ପାଇଁ ଭଲ ଭବେ ପ୍ରସ୍ତୁତ ନୁହନ୍ତି | ସେଥିପାଇଁ ପରୀକ୍ଷା ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଥିଲା |

ସୁପ୍ରିମକୋର୍ଟ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ପାସ କରିବାକୁ ସମସ୍ତ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉଚିତ | ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ରାଜ୍ୟରେ ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖାଯାଇପାରିବ ଏବଂ ତାରିଖ ନିର୍ଣ୍ଣୟ ପାଇଁ ୟୁଜିସିର ପରାମର୍ଶ ନିଆଯାଇପାରିବ | ଯେଉଁ ରାଜ୍ୟ ସେପ୍ଟେମ୍ବର ୩୦ ସୁଦ୍ଧା ଅନ୍ତିମ ବର୍ଷ ପରୀକ୍ଷା କରାଇବାକୁ ଇଚ୍ଛୁକ ନୁହନ୍ତି ସେମନନାଙ୍କୁ ୟୁଜିସିକୁ ସୂଚନା ଦେବାକୁ ହେବ ବୋଲି ଅଦାଲତ କହିଛନ୍ତି | ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ବେଞ୍ଚ ନିଜ ଫଇସଲା ଶୁଣାଇଛନ୍ତି | ଅଗଷ୍ଟ ୧୮ ତାରିଖରେ ଏହି ବିଷୟରେ କୋର୍ଟ ନିଜର ଫଇସଲା ସୁରକ୍ଷିତ ରଖିଥିଲେ | 

ସୂଚନାଯୋଗ୍ୟ ଯେ, ଅନ୍ତିମ ବର୍ଷ ପରୀକ୍ଷା ବିରୋଧରେ ଆବେଦନରେ କୁହାଯାଇଥିଲା ଯେ ଛାତ୍ରଛାତ୍ରୀ ୫ଟି ସେମିଷ୍ଟର ପୁରା କରିଛନ୍ତି ଏବଂ ସେମାନଙ୍କ କମ୍ୟୁଲେଟିଭ୍ ଗ୍ରେଡ୍ CGPA ଆଧାରରେ ଫାଇନାଲ ଇୟର ରେଜଲ୍ଟ ଘୋଷଣା କରାଯାଇପାରିବ | ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ଆୟୋଜନ କରିବାକୁ ଆଦେଶ ଦେଇଥିଲେ | ବିନା ପରୀକ୍ଷାରେ ଡିଗ୍ରୀ ଦିଆଯାଇ ପାରିବ ନାହିଁ ବୋଲି ୟୁଜିସି କହିଥିଲା | ଛତ୍ରଛାତ୍ରୀଙ୍କ ଲାଭ ପାଇଁ ଏହିଭଳି ନିର୍ଦେଶ ଦିଆଯାଇଛି ବୋଲି ୟୁଜିସି ଶୀର୍ଷ ନ୍ୟାୟାଳୟକୁ କହିଥିଲା |

ଇତି ମଧ୍ୟରେ ଅନେକ ରାଜ୍ୟ ସରକାର ପରୀକ୍ଷା ସ୍ଥଗିତ ରଖିବାକୁ ଅପିଲ କରିଥିଲେ | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ହୋଇ ସେ ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ୱବିଦ୍ୟାଳୟ/କଲେଜରେ ପରୀକ୍ଷା ଆୟୋଜନ କରାଇବା ନେଇ ୟୁଜିସି ଗାଇଡଲାଇନକୁ ନେଇ କଥା ହୋଇଥିଲେ | ପରୀକ୍ଷା ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ମମତା କହିଥିଲେ | ସ୍ଥିତି ସୁଧୁରିବା ଯାଏଁ ପରୀକ୍ଷା ସ୍ଥଗିତ ରଖିବାକୁ ମମତା ଅପିଲ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.