Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଦୀର୍ଘଦିନ ଧରି ଦେଖାରଖା କରୁଥିଲେ ବି କର୍ମଚାରୀ ସମ୍ପତ୍ତିର ମାଲିକ ନୁହେଁ- ସୁପ୍ରିମକୋର୍ଟ

21/09/2021 at 11:03 AM

ନୂଆଦିଲ୍ଲୀ, ୨୧।୦୯ : ସମ୍ପତ୍ତିର ଦେଖାରଖା କରୁଥିବା ବ୍ୟକ୍ତି କେବେ ମାଲିକ ହୋଇପାରିବ ନାହିଁ । ଦୀର୍ଘବର୍ଷ ଧରି କେବଳ ଦେଖାରଖା ପାଇଁ ନିୟୋଜିତ ବ୍ୟକ୍ତିର ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବା ସମୟରେ ଏହା କହିଛନ୍ତି ସୁପ୍ରିମକୋର୍ଟ ।ଏହାସହ ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି ।

ସୂଚନାନୁସାରେ, କୋଲକାତାରେ ଜଣେ ବ୍ୟକ୍ତିଙ୍କ ସମ୍ପତ୍ତିକୁ ଦୀର୍ଘଦିନ ଧରି ଦେଖାରଖା କରୁଥିବା କର୍ମଚାରୀ କବଜା କରିଦେଇଥିଲା । ସେ ଦୀର୍ଘଦିନ ହେବ ସମ୍ପତ୍ତିର ତଦାରଖ କରୁଥିବାରୁ ଏହାକୁ ନିଜର ବୋଲି କହିଥିଲେ । ଏନେଇ ସେ ପ୍ରଥମେ ଦିଓ୍ୱାନୀ କୋର୍ଟରେ ମାମଲା କରିଥିଲେ । କୋର୍ଟ ତାଙ୍କୁ ନ୍ୟାୟ ଦେବା ସହ ମାଲିକଙ୍କୁ ହସ୍ତକ୍ଷେପ କରିବାକୁ ନକୁହନ୍ତୁ ବୋଲି ଆବେଦନ କରିଥିଲେ । ମାମଲା ହାଇକୋର୍ଟରେ ପହଁଚିଥିଲା । ହାଇକୋର୍ଟ କର୍ମଚାରୀଙ୍କ ସପକ୍ଷରେ ମତ ଦେଇଥିଲେ ।

ମାମଲା ସୁପ୍ରିମକୋର୍ଟରେ ପହଁଚିଥିଲା । ନ୍ୟାୟମୂର୍ତ୍ତି ଅଜୟ ରାସ୍ତୋଗୀ ଓ ଏଏସ ଓକାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ, କର୍ମଚାରୀ ସମ୍ପତ୍ତିକୁ ୩ ମାସ ମଧ୍ୟରେ ଖାଲି କରିବା ଆବଶ୍ୟକ । ଏହାସହ ସମ୍ପତ୍ତି ପ୍ରକୃତ ମାଲିକଙ୍କୁ ପ୍ରଦାନ କରାଯାଉ । ଯଦି କର୍ମଚାରୀ ଜଣଙ୍କ ସମ୍ପତ୍ତି ହସ୍ତାନ୍ତର ନକରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, କର୍ମଚାରୀଙ୍କ ସମ୍ପତ୍ତି ଉପରେ କୌଣସି ହକ୍ ନାହିଁ । କେବେବି କର୍ମଚାରୀ ସମ୍ପତ୍ତି ଉପରେ କବଜା ନେଇ ଦାବି କରିପାରିବା ଅନୁଚିତ । କାରଣ ସେମାନଙ୍କୁ ଘର ମାଲିକ ଦେଖାରଖା ପାଇଁ ରଖିଥାନ୍ତି । ସେମାନଙ୍କଟାରୁ କୌଣସି ଭଡା କିମ୍ବା ରାଜସ୍ୱ ନିଆଯାଏ ନାହିଁ ବୋଲି କୋର୍ଟ କହିଥିଲେ ।  

   Related Posts