Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଡାକ୍ତରଙ୍କୁ ମିଳୁନି ଦରମା: ସୁପ୍ରିମକୋର୍ଟ କହିଲେ- କରୋନା ଲଢେଇରେ ଆଗ ଧାଡିର ଯୋଦ୍ଧାଙ୍କୁ ଅସନ୍ତୁଷ୍ଟ କରି ପାରିବା ନାହିଁ

12/06/2020 at 4:06 PM

ନୂଆଦିଲ୍ଲୀ ୧୨।୦୬: କୋଭିଡ୍-୧୯ ମହାମାରୀ ବିରୋଧ ମୁକାବିଲାରେ ଚିକିତ୍ସକଙ୍କୁ ବେତନ ନଦେବା ଏବଂ ସେମାନଙ୍କ ରହିବା ଲାଗି ଆବଶ୍ୟକ ବ୍ୟବସ୍ଥା ନକରିବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର କଡା ଆଭିମୁଖ୍ୟ ଆପଣେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି  ଯୁଦ୍ଧ ସମୟରେ ଆପଣ ସୈନିକଙ୍କୁ ଅସନ୍ତୁଷ୍ଟ କରି ପାରିବେ ନାହିଁ। ଟିକେ ଆଗକୁ ବଢି ସେମାନଙ୍କ ଅଭିଯୋଗର ସମାଧାନ କରିବା ଲାଗି କିଛି ଅତିରିକ୍ତ ଅର୍ଥରାଶିର ବନ୍ଦୋବସ୍ତ କରିବାକୁ ପଡିବ।

ନ୍ୟାୟାଳୟ କହିଛନ୍ତି, ସ୍ଵାସ୍ଥ୍ୟକର୍ମୀଙ୍କୁ ବେତନ ନଦେବା ପରି ମାମଲାକୁ ଅଦାଲତ ନିଜ କାର୍ଯ୍ୟସୂଚୀରେ ସାମିଲ କରିବାକୁ ଚାହୁଁନାହିଁ ଏବଂ ସରକାରଙ୍କୁ ଏହାର ସମାଧାନ କରିବା ଉଚିତ୍। ବିଚାରପତି ଅଶୋକ ଭୂଷଣ, ବିଚାରପତି ସଞ୍ଜୟ କିଶନ କୌଲ ଓ ବିଚାରପତି ଏମଆର ଶାହାଙ୍କ ପୀଠ ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସମସ୍ୟାକୁ ନେଇ ଦାଖଲ ଆବେଦନର ଶୁଣାଣି କରି ଏହି ଟିପ୍ପଣୀ କରିଛନ୍ତି। ପୀଠ କହିଛି, ଏହି ଧରଣର ଖବର ଆସୁଛି ଯେ, ଅନେକ କ୍ଷେତ୍ରରେ ଚିକିତ୍ସକଙ୍କୁ ବେତନ ମିଳୁ ନାହିଁ।

ପୀଠ କହିଛନ୍ତି, ଡାକ୍ତର ହଡତାଳ କରୁଥିବା ଖବର ଆମର ଦୃଷ୍ଟିଗୋଚର ହୋଇଛି। ଦିଲ୍ଲୀରେ କିଛି ଡାକ୍ତରଙ୍କୁ ଗତ ତିନି ମାସ ହେବ ଦରମା ମିଳିନାହିଁ। ଏଥି ପ୍ରତି ସରକାରଙ୍କୁ ଦୃଷ୍ଟି ଦେବା ଉଚିତ୍ ଏବଂ ଏଥିରେ ନ୍ୟାୟାଳୟର ହସ୍ତକ୍ଷେପ ଆବଶ୍ୟକ ପଡିବା ଉଚିତ୍ ନୁହେଁ। ନ୍ୟାୟାଳୟ ଏହି ସମ୍ବନ୍ଧରେ  ଜଣେ ଡାକ୍ତରଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଆବେଦନରେ ଅଭିଯୋଗ କରାଯାଇଛି ଯେ, କୋଭିଡ୍-୧୯ ବିରୋଧ ଲଢେଇରେ ଆଗ ଧାଡିରେ ଥିବା ଯୋଦ୍ଧାଙ୍କୁ ବେତନ ଦିଆଯାଉ ନାହିଁ କିମ୍ବା ବେତନ କଟାଯାଉଛି ଅଥବା ଦରମା ମିଳିବାରେ ବିଳମ୍ବ ଘଟୁଛି।

ଏହି ଡାକ୍ତର ୧୪ ଦିନର ପୃଥକବାସ୍ ବାଧ୍ୟତାମୂଳକକୁ ସମାପ୍ତ କରିବା ସମ୍ବନ୍ଧି କେନ୍ଦ୍ର ସରକାରଙ୍କ ନୂତନ ମାର୍ଗଦର୍ଶିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ପୀଠ କହିଛନ୍ତି, ଯୁଦ୍ଧରେ ଆପଣ ସୈନିକଙ୍କୁ ଅସନ୍ତୁଷ୍ଟ କରି ପାରିବେ ନାହିଁ। କେନ୍ଦ୍ର ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଯଦି କିଛି ଉନ୍ନତ ପ୍ରସ୍ତାବ ମିଳେ ତେବେ ତାକୁ ସାମିଲ କରାଯିବ। ପୀଠ କହିଛନ୍ତି ସରକାରଙ୍କୁ ଆହୁରି କିଛି କରିବାକୁ ପଡିବ। ଆପଣ ସୁନିଶ୍ଚିତ କରନ୍ତୁ ଯେ, ସେମାନଙ୍କ ଚିନ୍ତା କେମିତି ଦୂର ହେବ।

   Related Posts