Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||

ଭୋଡାଫୋନଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଯଦି କ୍ଷତିର ଚାଲିଛ କେମିତି ଦେବ AGR ବିଲ୍, ଯିବ କି ଜେଲ୍‌ ?

20/07/2020 at 5:20 PM

ନୂଆଦିଲ୍ଲୀ ୨୦।୦୭: ଆଡଜଷ୍ଟେଡ୍ ଗ୍ରୋସ୍ ରେଭିନ୍ୟୁ(AGR) ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଭୋଡାଫୋନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁଣାଣି ବେଳେ ଅଦାଲତ  ଭୋଡାଫୋନ-ଆଇଡିଆ ପକ୍ଷରୁ ହାଜର ଓକିଲ ମୁକୁଲ ରୋହତଗିଙ୍କୁ କହିଛନ୍ତି, ଯଦି ଦଶନ୍ଧି ଧରି ଆପଣ ଘାଟାରେ ଚାଲିଛନ୍ତି, ଏହାକୁ ଆମେ କେମିତି ବିଶ୍ଵାସ କରିବୁ ? ଆପଣ ଏଜିଆରର ବକେୟା ଅର୍ଥ କେମିତି ପୈଠ କରିବେ  ? ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି ଯଦି ଆପଣ ଆମର ଆଦେଶ ପାଳନ କରିବେ ନାହିଁ ତେବେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ। ଏବେଠୁ ଯିଏ ଭୁଲ୍ କରିବ ତାକୁ ସିଧା  ଜେଲ ପଠାଇ ଦେବୁ।

ଏହା ଉପରେ ରୋହତଗି କୋର୍ଟକୁ କହିଛନ୍ତି, ଭୋଡାଫୋନ-ଆଇଡିଆ କମ୍ପାନୀର ପୂରା ଆୟ ୧୫ ବର୍ଷରେ ସମାପ୍ତ ହୋଇ ସାରିଛି। କମ୍ପାନୀ ବିତ୍ତୀୟ ଦସ୍ତାବିଜ ଯେପରି ଆୟକର ରିଟର୍ଣ୍ଣ ଜମା କରିଛି। ଗତ ୧୫ ବର୍ଷରେ କମ୍ପାନୀର ପୂରା ଆୟ ଶେଷ ହୋଇ ସାରିଛି। ପୂରା ରାଜସ୍ଵ ଋଣ, ଟିକସ ଏବଂ ବକେୟା ପରିଶୋଧରେ ଶେଷ ହୋଇ ଯାଇଛି। ପ୍ରମୋଟର ୧ ଲକ୍ଷ କୋଟି  ଟଙ୍କାରୁ ଅଧିକ ମୂଲ୍ୟରେ ସେୟାର କିଣିଥିଲେ, ତାହା ମଧ୍ୟ ଶେଷ ହୋଇ ଯାଇଛି।

କମ୍ପାନୀ ଏହା କହି ତୁରନ୍ତ ବକେୟା ପୈଠ କରିବାରେ ଅସମର୍ଥ ବ୍ୟକ୍ତ କରିଛି। କମ୍ପାନୀ କହିଛି ଗତ ୧୫ ବର୍ଷରେ ଆୟ  କରିଥିବା ଅର୍ଥ ଟେଲିକମ ଭିତ୍ତିଭୂମି ସଞ୍ଚାଳନରେ ଖର୍ଚ୍ଚ ହୋଇ ସାରିଛି। ରୋହତଗି କୋର୍ଟକୁ ଜଣାଇଛନ୍ତି ଯେ ଗତ ୧୦ ବର୍ଷରେ କମ୍ପାନୀକୁକ ୬.୨୭ ଲକ୍ଷ କୋଟି ରାଜସ୍ଵ ପ୍ରାପ୍ତ  ହୋଇଛି। ଏଥିରୁ ୪.୯୫ ଲକ୍ଷ କୋଟି ପରିଚାଳନାରେ ଖର୍ଚ୍ଚ ହୋଇଛି। ଭିତ୍ତିଭୂମି ବିକାଶ ପାଇଁ ପୂର୍ବରୁ ବ୍ୟାଙ୍କରୁ ଲୋନ୍ ମଧ୍ୟ ନିଆଯାଇଛି। ତେଣୁ ଏବେ କମ୍ପାନୀକୁ କେହି ଲୋନ ଦେବେ ନାହିଁ।

   Related Posts