Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଘୁଞ୍ଚିଲା, ପୁଣି ଥରେ ଆବେଦନ କରିବାକୁ ନିର୍ଦ୍ଦେଶ

16/08/2019 at 12:53 PM

ନୂଆଦିଲ୍ଲୀ ୧୬|୮: ଆଜି ସୁପ୍ରିମକୋର୍ଟରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍.ଏ.ବୋବଡେ ଓ ଜଷ୍ଟିସ ଏସ୍.ଏ.ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ହୋଇଛି । ଅନୁଚ୍ଛେଦ ୩୭୦ ସମ୍ବନ୍ଧିତ ସମସ୍ତ ଆବେଦନର ଶୁଣାଣି ଏକାସହ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାକହି ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଏହା କେଉଁ ପ୍ରକାରର ଆବେଦନ ସେ ବୁଝିପାରୁନାହାନ୍ତି । ମାମଲାକୁ ଆଉ ଥରେ ଦାୟର କରାଯାଉ ବୋଲି ଜଷ୍ଟିସ ଗୋଗୋଇ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦୁଇଟି ମାମଲାର ଶୁଣାଣି କରାଯାଇଛି । ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ଏମ୍.ଏଲ୍. ଶର୍ମା ଓ କଶ୍ମୀର ଟାଇମ୍ସର କାର୍ଯ୍ୟ ନିର୍ବାହୀ ସଂପାଦକ ଅନୁରାଧା ଭାଷିନ ଏ ପ୍ରସଙ୍ଗରେ ୨ଟି ମାମଲା ଦାଏର କରିଥିଲେ । ଆଡଭୋକେଟ୍ ଏମ.ଏଲ. ଶର୍ମା କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ବେଳେ, ସାମ୍ବାଦିକା ଅନୁରାଧା ଭାଷିନ ରାଜ୍ୟରେ ବିଭିନ୍ନ ଯୋଗାଯୋଗ ମାଧ୍ୟମ ଉପରେ ଲଗାଯାଇଥିବା କଟକଣାକୁ ଚ୍ୟାଲେଞ୍ଜ କରିଛନ୍ତି । ଇଣ୍ଟରନେଟ୍, ଫୋନ୍ ଆଦି ସେବା ତୁରନ୍ତ ଆରମ୍ଭ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ନିଜ ଆବେଦନରେ ଦର୍ଶାଇଥିଲେ ।

କେନ୍ଦ୍ର ସରକାର ଗତ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

   Related Posts