Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରାଯାଇ ପାରିବ କି ? ମରାଠା ସଂରକ୍ଷଣ ପ୍ରସଙ୍ଗରେ ସମସ୍ତ ରାଜ୍ୟକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

8/03/2021 at 12:54 PM

ନୂଆଦିଲ୍ଲୀ,୦୮/୦୩:  ମରାଠା ସଂରକ୍ଷଣ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ୫ଜଣିଆ ଖଣ୍ଡପୀଠ ଏହି ମାମଲାରେ ମାର୍ଚ୍ଚ ୧୮ ଯାଏଁ ଶୁଣାଣି କରିବେ ।  ସୁପ୍ରିମକୋର୍ଟ ସୋମବାର ଶୁଣାଣି ହେଳେ କହିଥିଲେ ଯେ, ସଂରକ୍ଷଣ ପ୍ରସଙ୍ଗରେ ସମସ୍ତ ରାଜ୍ୟର ମତ ନେବା ଆବଶ୍ୟକ ।

ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ସଂରକ୍ଷଣ ସୀମା ୫୦ ପ୍ରତିଶତ ବୃଦ୍ଧି କରାଯାଇ ପାରିବ କି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ଆଗାମୀ ଶୁଣାଣି ମାର୍ଚ୍ଚ ୧୫ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି । ଶୁଣାଣି ବେଳେ ବରିଷ୍ଠ ଅଧିବକ୍ତା ଗୋପାଳ ଶଙ୍କରନାରାୟଣ କହିଥିଲେ ଯେ, ସଂରକ୍ଷଣ ପ୍ରସଙ୍ଗରେ ଅନେକ ରାଜ୍ୟ ସ୍ୱାର ଉତ୍ତୋଳନ କରିଛନ୍ତି । ଯାହା ଭିନ୍ନ ଭିନ୍ନ ବିଷୟକୁ ନେଇ ରହିଛି । ଆର୍ଥିକ ଆଧାରରେ ୧୦ ପ୍ରତିଶତ, ଜାତି ଆଧାରରେ ମଧ୍ୟ ସଂରକ୍ଷଣ ପ୍ରସଙ୍ଗ ଉଠାଇଛନ୍ତି । 

ସେହିପରି ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ, ଏହି ମାମଲା ଧାରା ୩୪୨କ ରେ ସାମିଲ ଅଛି । ଯାହା ରାଜ୍ୟକୁ ପ୍ରଭାବିତ କରିବ । ତେଣୁ ଏକ ଯାଚିକା ଦାଖଲ କରାଯାଇଛି । ସମସ୍ତ ରାଜ୍ୟର ମତାମତ ନେବା ଆବଶ୍ୟକ । ରାଜ୍ୟର ମତ ନନେଇ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ।

କପିଲ ସିବ୍ବଲ କହିଥିଲେ ଯେ, ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟକୁ ସାମ୍ବିଧାନିକ ପ୍ରଶ୍ନ ପଚରା ଯାଇଛି । କୋର୍ଟ କେବଳ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ଶୁଣାଣି କରୁନାହାଁନ୍ତି । ସମସ୍ତ ରାଜ୍ୟକୁ ନୋଟିସ୍ କରିବା ଆବଶ୍ୟକ ।

କଣ ରହିଛି ବିବାଦ

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମରାଠାମାନେ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ପାଇଁ  ଦୀର୍ଘଦିନ ହେବା ଦାବି କରୁଛନ୍ତି । ୨୦୧୮ରେ ରାଜ୍ୟ ସରକାର ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଦେବାକୁ ଆଇନ କରିଥିଲେ । କିନ୍ତୁ ହାଇକୋର୍ଟ ଏକ ଆଦେଶରେ ଏହି ସୀମାକୁ କମାଇ ଦେଇଥିଲେ ।

ଏବେ କିନ୍ତୁ ମାମଲା ସୁପ୍ରିମକୋର୍ଟରେ ପହଁଚିବା ପରେ କୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ଏହି ମାମଲା କୋର୍ଟ ବଡ ବେଞ୍ଚକୁ ପଠାଇ ଦେଇଛନ୍ତି ।

   Related Posts