'ଲକଡାଉନ୍ ଉପରେ ବିଚାର କର', କେନ୍ଦ୍ର ଓ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ, ୦୩/୦୫:  ଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍ ଉପରେ ବିଚାର କରନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଲୋକଙ୍କ କଲ୍ୟାଣ ଓ ହିତକୁ ନଜରରେ ରଖିବା ସହ ଭାଇରସ ଉପରେ ରୋକ୍ ଲଗାଇବା ପାଇଁ ଲକଡାଉନ୍ ଜରୁରୀ । ଏଦିଗରେ ସରକାର ବିଚାର କରନ୍ତୁ ବୋଲି କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଲକଡାଉନ୍ ଲଗାଇବା ବେଳେ ଯେପରି ସାମାଜିକ ଓ ଆର୍ଥିକ ସ୍ତରରେ ଏହାର ପ୍ରଭାବ ନପଡିବ ସେନେଇ ଦୃଷ୍ଟି ଦେବା ଆବଶ୍ୟକ । ଯେଉଁମାନଙ୍କ ଉପରେ ଲକଡାଉନ୍‌ର ପ୍ରଭାବ ପକାଇବା ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ।ଏହାସହ ଯଦି କୌଣସି ନାଗରିକ ପାଖରେ ସ୍ଥାନୀୟ ପମାଣ ପତ୍ର ନାହିଁ ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କେହି ମନା କରିପାରିବେ ନାହିଁ ।

ଏହାପୂର୍ବରୁ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମେ ୩ ପୂର୍ବରୁ ଅକ୍ସିଜେନ ଅଭାବ ଦୂର କରିବାକୁ କହିଥିଲେ । ଏହାସହ ଅକ୍ସିଜେନ ବିତରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ କହିଥିଲେ । ଏହାସହ କେହି ବ୍ୟକ୍ତି ସୋସିଆଲ ମିଡିଆରେ ସାହାଯ୍ୟ ମାଗିଲେ ତୁରନ୍ତ ସହଯୋଗ କରିବାକୁ ରାଜ୍ୟ ଓ କେନ୍ଦ୍ର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.