Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

କୋର୍ଟ କିଛି କହି ପାରିବେନି, ପୋଲିସ ଉପରେ ନିଷ୍ପତ୍ତି ଛାଡିଲେ ପ୍ରଧାନ ବିଚାରପତି : କୃଷକଙ୍କ ଟ୍ରାକ୍ଟର ରାଲି ସମ୍ପର୍କରେ ଏପରି ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ

18/01/2021 at 12:35 PM

ନୂଆଦିଲ୍ଲୀ,୧୮/୦୧: ସୋମବାର ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ଶୁଣାଣି ଚାଲିଛି । ତେବେ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ ନା ନାହିଁ ସେନେଇ ପୋଲିସ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯେହେତୁ ଗଣତନ୍ତ୍ର ଦିବସରେ ଏହି ରାଲି ହେବାକୁ ଯାଉଛି ତେଣୁ ପୋଲିସ କୋର୍ଟକୁ ଏବେ ଅଦାଲତ ବଲ୍ ଫିଙ୍ଗିଥିବା ଦେଖିବାକୁ ମିଳିଛି । ବୁଧବାର ପୁଣି କୋର୍ଟରେ ଏହା ଉପରେ ଶୁଣାଣି ହେବ ।

ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ରାମଲିଲା ମଇଦାନରେ ରାଲି ପାଇଁ ପୋଲିସର ଅନୁମତି ଆବଶ୍ୟକ । ସହରରେ କେତେ ଲୋକ ଆସିବେ ଓ କିପରି ଆସିବେ ତାହା ପୋଲିସ ନିଷ୍ପତ୍ତି ନେବ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଥିଲେ ଯେ, ସରକାରଙ୍କ ପାଖରେ ପୋଲିସର ଉପଯୋଗ ନେଇ କଣ ଶକ୍ତି ରହିଛି ତାହା କହିବାକୁ ହେବ । ବୁଧବାର ଏହା ଉପରେ ପୁଣି କୋର୍ଟରେ ଶୁଣାଣି କରାଯିବ ।

ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ, ଦେଶର ଅନେକ ବିଶେଷଜ୍ଞ ଏବଂ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ନୂଆ ଆଇନ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ତେଣୁ ଆନ୍ଦୋଳନରତ ଚାଷୀମାନେ ନୂଆ ଆଇନର ପ୍ରତ୍ୟେକ ନିୟମର ସମୀକ୍ଷା କରିବା ଉଚିତ । ଏହା ସହ କେଉଁ ନିୟମକୁ ନେଇ ସେମାନଙ୍କର ଆପତ୍ତି ରହିଛି ତାହା ପ୍ରକାଶ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି କୃଷକମାନେ ଦୀର୍ଘ ଦୁଇ ମାସ ହେବ ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି । ଏବେସୁଦ୍ଧା ସରକାର ଓ କୃଷକଙ୍କ ମଧ୍ୟରେ ୯ ଥର ବୈଠକ ବସିଛି । କିନ୍ତୁ କୌଣସି ନିଷ୍ପର୍ସ ବାହାରିପାରି ନାହିଁ । ଉଭୟ ପକ୍ଷ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ସହମତି ପ୍ରକାଶ ପାଇଥିଲେ ମଧ୍ୟ କୃଷକ ସଙ୍ଗଠନ ତିନୋଟି ଆଇନକୁ ଫେରସ୍ତ ନେବା ପାଇଁ ଦାବି କରୁଛନ୍ତି ।

   Related Posts