Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ୟୁପି ଗ୍ୟାଙ୍ଗଷ୍ଟରକୁ ଜାମିନ ଦେବାକୁ ମନା କରିଦେଲେ ପ୍ରଧାନ ବିଚାରପତି, କହିଲେ ‘ଇଏ ତ ବିକାଶ ଦୁବେ ଭଳି ଭୟଙ୍କର ଅପରାଧି’

28/07/2020 at 4:07 PM

ନୂଆଦିଲ୍ଲୀ, ୨୮|୦୭:  ବିକାଶ ଦୁବେର ମାମଲା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମଙ୍ଗଳବାର କୋର୍ଟ ଆଉ ଜଣେ ଗ୍ୟାଙ୍ଗଷ୍ଟରର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଗ୍ୟାଙ୍ଗଷ୍ଟର ନାଁରେ ୧୩ଟି ଅପରାଧିକ ମାମଲା ରହିଛି । କୋର୍ଟ ବିକାଶ ଦୁବେର ଉଦାହରଣ ଦେଇ ଜାମିନ ପ୍ରଦାନ କରିବାକୁ ମନା କରିଥିଲେ ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏସଏ ବୋବଡେ କହିଥିଲେ ଯେ, ଜାମିନ ପାଇଁ ଆବେଦନ କରିଥିବା ଗ୍ୟାଙ୍ଗଷ୍ଟରଜଣଙ୍କ ଦୁର୍ଦ୍ଦାନ୍ତ ଅପରାଧି ଅଟନ୍ତି । ତେଣୁ ଜାମିନ ଦିଆଯାଇ ପାରିବ ନାହିଁ । ପୂର୍ବରୁ ମଧ୍ୟ ୬୪ ମାମଲା ଥିବା ସତ୍ତ୍ୱେ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ୟାହାର ପରିଣାମ ଆଜି ଉତ୍ତର ପ୍ରଦେଶ ଭୋଗୁଛି । ଏପରି ବ୍ୟକ୍ତିକୁ ଖଲାସ କଲେ ବିପଦ ରହିଛି । ଏତେ ମାମଲା ଥିଲେ ମଧ୍ୟ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ପରେ ଉତ୍ତର ପ୍ରଦେଶରେ ଯାହା ହେଲା ଦୁନିଆ ଜାଣିଛି ।

କୋର୍ଟ ବିକାଶ ଦୁବେର ଉଦାହରଣ ଦେଇ ଗ୍ୟାଙ୍ଗଷ୍ଟରର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ ଆହୁରି କହିଥିଲେ ଯେ, ଏତେ ମାମଲା ଥିବା ସତ୍ତ୍ୱେ କିଛି ଅପରାଧୀଙ୍କୁ ପାରୋଲ ମିଳୁଛି । ଯାହା ଚକିତ କରୁଛି । ତେଣୁ ସେମାନେ ବଡବଡ ଅପରାଧ ଭିଆଉଛନ୍ତି । ବ୍ୟବସ୍ଥା ମଧ୍ୟ ଧିରେଧିରେ ଢିଲା ହେଉଛି । ଏପରି ଦୁର୍ଦ୍ଦାନ୍ତ ଅପରାଧିକୁ ଜାମିନ ଦେଲେ ବିପଦ ରହିଛି ବୋଲି କୋର୍ଟ କହିଛନ୍ତି ।

   Related Posts