ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି :ଆସନ୍ତାକାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 25, 2019 IST

ନୂଆଦିଲ୍ଲୀ ୨୫।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି । ମହାରାଷ୍ଟ୍ର ରାଜନୀତି ଉପରେ ଆସନ୍ତାକାଲି ଆସିବ ଚୂଡାନ୍ତ ରାୟ । ଆସନ୍ତା କାଲି ସକାଳ ସାଢେ ୧୦ଟାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ ।

{"id":189467,"sizeSlug":"large"}

ଆଜି ଫ୍ଲୋର ଟେଷ୍ଟ ନେଇ ବିରୋଧୀ ଆବେଦନ କରିଥିଲେ ।ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ପିଟିସନ ଦାୟର ହୋଇଥିଲା । ତେବେ ଆଜି ସକାଳ ସାଢେ ୧୦ ଟାରେ ଶୁଣାଣି ଆରମ୍ଭ ହୋଇଥିଲା ।ପ୍ରଥମେ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ସରକାର ଗଠନ ନେଇ ଦେବେନ୍ଦ୍ର ଫଡନାବିସମମଙ୍କୁ ରାଜ୍ୟପାଳ ଦେଇଥିବା ଆମନ୍ତ୍ରଣ ପତ୍ର ଉପସ୍ଥାପିତ କରିଥିଲେ । 'ଚିଠିରେ ୫୪ NCP ବିଧାୟକ ଏବଂ ୧୦୫ ବିଜେପି ବିଧାୟକଙ୍କ ଦସ୍ତଖତ ଥିଲା । ଏହା ପରେ ସରକାର ଗଠନ ନେଇ ଅନୁମତି ଦେଇଥିଲେ ରାଜ୍ୟପାଳ । ସେହିପରି ବିଜେପିର ପକ୍ଷ ରଖିଥିଲେ ମୁକୁଲ ରୋହତଗୀ । ଆଜି ଫ୍ଲୋର ଟେଷ୍ଟ ନକରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ । ସେପଟେ ଶିବସେନା ଓକିଲ କପିଲ ଶିବଲ ଆଜି ହିଁ ଫ୍ଲୋର ଟେଷ୍ଟ କରିବାକୁ ଅନୁରୋଧ କରିଥିଲେ । ସରକାର ଗଠନ ପାଇଁ ରାଜ୍ୟପାଳ ୨୦ ଦିନ ଅପେକ୍ଷା କଲେ କିନ୍ତୁ ଆଉ ୨୪ ଘଣ୍ଟା କାହିଁ ଅପେକ୍ଷା କରିପାରିଲେନି ବୋଲି ଯୁକ୍ତି ରଖିଥିଲେ କପିଲ ଶିବଲ । ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.