Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଅନ୍ତିମ ସମୟରେ ସିଲାବସ୍ ବଦଳିବା ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ, କେନ୍ଦ୍ର ସରକାରଙ୍କୁ କଲେ କଡା ଭର୍ତ୍ସନା

27/09/2021 at 6:08 PM

ନୂଆଦିଲ୍ଲୀ ୨୭।୦୯: ଅନ୍ତିମ ସମୟରେ ବଦଳିଗଲା ନିଟ୍‌ ଏସଏସ ପରୀକ୍ଷାର ସିଲାବସ୍। ଏହାକୁ ନେଇ କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ। କେନ୍ଦ୍ର ସରକାରଙ୍କ ବିରୋଧରେ ଆପଣେଇଲେ କଡା ଆଭିମୁଖ୍ୟ । ଏପରିକି ସରକାରଙ୍କୁ ମଧ୍ୟ କଡା ତାଗିଦ୍ କରିଛନ୍ତି। ଯୁବ ଡାକ୍ତରଙ୍କୁ କ୍ଷମତାର ଖେଳରେ ଫୁଟବଲ୍‌ ବନାନ୍ତୁ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ପ୍ରବେଶ ପରୀକ୍ଷା ସ୍ନାତକୋତ୍ତର ସୁପର ସ୍ପେଶିଆଲିଟି ପରୀକ୍ଷା ୨୦୨୧ର ସିଲାବସ୍ ଅନ୍ତିମ ସମୟରେ ବଦଳାଇବା ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ସହିତ ବୈଠକ କରି ଅକ୍ଟୋବର ୪ ସୁଦ୍ଧା ଜବାବ ଦେବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ କ୍ଷମତାର ଖେଳରେ ଯୁବ ଡାକ୍ତରଙ୍କୁ ଫୁଟବଲ୍ ବନାନ୍ତୁ ନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

ଅଚାନକ ସିଲାବସରେ ଏମିତି ପବିବର୍ତ୍ତନ ବିରୋଧରେ ୪୧ ପିଜି ଡାକ୍ତର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହି ପରିବର୍ତ୍ତନ  ଜେନେରାଲ ମେଡିସିନ ବିଦ୍ୟାର୍ଥୀଙ୍କ ସପକ୍ଷରେ କରାଯାଇଥିବା ସେମାନେ ଯୁକ୍ତି ବାଢିଥିଲେ। ତୁରନ୍ତ ସିଲାବସ ପରିବର୍ତ୍ତନ  ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଆବେଦନରେ ନିବେଦନ କରିଛନ୍ତି।

   Related Posts