ଚନ୍ଦା କୋଚରଙ୍କୁ ସୁପ୍ରିମକୋର୍ଟରେ ବି ଲାଗିଲା ଝଟକା, ବମ୍ବେ ହାଇକୋର୍ଟ ରାୟ ବିରୋଧରେ ଦାଖଲ ଆବେଦନ ଖାରଜ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧।୧୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଚନ୍ଦା କୋଚରଙ୍କୁ ସୁପ୍ରିମକୋର୍ଟରୁ ଆଉ ଏକ ଝଟକା ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଚନ୍ଦା କୋଚରଙ୍କ ଆବେଦନ ଖାରଜ କରିଛନ୍ତି। ଚନ୍ଦା କୋଚର ବ୍ୟାଙ୍କରୁ ତାଙ୍କୁ ବରଖାସ୍ତ କରାଯିବା ବିରୋଧରେ ଦାଖଲ ଯାଚିକାକୁ ବମ୍ଵେ ଉଚ୍ଚ ନ୍ୟାୟାଳୟ ଖାରଜ କରାଯିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ବିଚାରପତି ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି, ଆମକୁ କ୍ଷମା କରିବେ, ଆମେ ଉଚ୍ଚ ନ୍ୟାୟାଳୟର ଆଦେଶରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନାହୁଁ। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଏହି ମାମଲା ଘରୋଇ ବ୍ୟାଙ୍କ ଓ କର୍ମଚାରୀଙ୍କ ମଧ୍ୟରେ ରହିଛି। ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଚ୍ଚ ନ୍ୟାୟାଳୟ ଦ୍ଵାରା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ଓ ସିଇଓ ଚନ୍ଦା କୋଚରଙ୍କ ଆବେଦନ ଖାରଜ କରିଛନ୍ତି। ଚନ୍ଦା କୋଚର ବମ୍ବେ ହାଇକୋର୍ଟର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

କଣ ପୂରା ମାମଲା

ଦେଶର ଦ୍ଵିତୀୟ ସବୁଠୁ ବଡ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ କୋଚରଙ୍କୁ ବ୍ୟାଙ୍କ ଛାଡିବାର  କିଛି ମାସ ପରେ ଚାକିରିରୁ ବହିଷ୍କାର କରିଥିଲେ। ଚାକିରିରୁ ବହିଷ୍କୃତ କରିବା ବ୍ୟାଙ୍କର ନିର୍ଣ୍ଣୟକୁ ସେ ବମ୍ବେ ହାଇକୋର୍ଟରେ ୨୦୧୯ ନଭେମ୍ଵର ୩୦ରେ ଚ୍ୟାଲେଞ୍ଜ କରିଥିଲେ। ହେଲେ କୋର୍ଟ ଆବେଦନକୁ ଖାରଜ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.