ମଦ ଦୋକାନ ବନ୍ଦ ରଖିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ : କହିଲେ-ହୋମ ଡେଲିଭରି ବ୍ୟବସ୍ଥା ଉପରେ ବିଚାର କରନ୍ତୁ ରାଜ୍ୟ ସରକାର

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୦୮/୦୫ : କରୋନା ଭାଇରସ ସଂକ୍ରମଣ ବଢୁଥିବା ମାମଲା ଯୋଗୁଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯାଇଛି | ତୃତୀୟ ପର୍ଯ୍ୟାୟ ଲକଡାଉନରେ ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ମଦ ଦୋକାନ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା | ମଦ ଦୋକାନ ଖୋଲାଯିବା ପରେ ଅନେକ ଜାଗାରେ ସାମାଜିକ ଦୂରତା ନିୟମକୁ ଫୁ କରିଦେଇଥିଲେ ଲୋକେ | ମାମଲାକୁ ଗମ୍ଭୀରତାର ସହ ନେଇ ମଦ ଦୋକାନ ବନ୍ଦ ରଖିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା | ଲକଡାଉନ ସମୟରେ ମଦ ଦୋକାନ ବନ୍ଦ ରଖିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି |

ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ, ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ମଦ ବିକ୍ରି କିମ୍ବା ହୋମ ଡେଲିଭରି ଉପରେ ବିଚାର କରାଯାଉ | ଆବେଦନକାରୀଙ୍କ ତରଫରୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ମଦ ଦୋକାନରେ ସାମାଜିକ ଦୂରତା ପାଳନ କରାଯାଉନାହିଁ | ମଦ କିଣା ନିଶାରେ ଲୋକେ ସାମାଜିକ ଦୂରତା ନିୟମକୁ ଖାତିର କରୁନାହାନ୍ତି | କାରଣ ଦୋକାନ କମ ଅଛି ଏବଂ ମଦ କ୍ରେତା ଅଧିକ ଅଛନ୍ତି | ଏମାନଙ୍କ ପାଇଁ ସାଧାରଣ ଜନତାଙ୍କ ଜୀବନ ପ୍ରତି ବିପଦ ରହିଛି | ସାଧାରଣ ଜନତାଙ୍କ ଜୀବନକୁ ଏଥିପାଇଁ ବିପଦ ପକାଯାଇପାରିବ ନାହିଁ ଆବେଦନକାରୀ କହିଥିଲେ | 

{"id":266605,"sizeSlug":"large"}

ଲକଡାଉନ ସମୟରେ ସିଧା ସଳଖ ମଦ ବିକ୍ରିକୁ ନେଇ ଗାଇଡଲାଇନ ଜାରି କରିଛନ୍ତି | ଆବେଦନରେ କୁହାଯାଇଥିଲା ଯେ, ଏହି ଗାଇଡଲାଇନ ଅସାମ୍ବିଧାନିକ ଓ ମୂଲ୍ୟହୀନ | ସୁପ୍ରିମକୋର୍ଟଙ୍କ ସିଧା ସମ୍ପର୍କ ଜରିଆରେ ମଦ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଦାବି କରାଯାଇଥିଲା |

ତେବେ ବର୍ତ୍ତମାନ ଦୋକାନରେ ମଦ ବିକ୍ରି ହେବ | ସୁପ୍ରିମକୋର୍ଟ ମଦ ଦୋକାନକୁ ନେଇ କୌଣସି ନିର୍ଦେଶ ଜାରି କରିବା ପାଇଁ ଅସ୍ବୀକାର କରିଦେଇଛନ୍ତି | ସିଧା ସଳଖ ବିକ୍ରି ହେଲେ ଲୋକେ ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଯୋଗୁଁ ସରକାର ହୋମ ଡେଲିଭରି ବ୍ୟବସ୍ଥା ଉପରେ ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.