Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

୬ ରାଜ୍ୟର ଆବେଦନ ଖାରଜ, JEE ଓ NEET ପରୀକ୍ଷାକୁ ସବୁଜ ସଙ୍କେତ ଦେଲେ ସୁପ୍ରିମକୋର୍ଟ

4/09/2020 at 2:40 PM

ନୂଆଦିଲ୍ଲୀ ୦୪।୦୯: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ JEE ଓ NEET ପରୀକ୍ଷା ବିଳମ୍ବ ନେଇ ଦାୟର ହୋଇଥିବା ମାମଲାରୁ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟଙ୍କୁ ଅପିଲ କରାଯାଇଥିଲା କି ପରୀକ୍ଷା ତାରିଖ ନେଇ ପୁନଃବିଚାର କରିବାକୁ  । କିନ୍ତୁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏହା ମାମଲାକୁ ଖାରଜ କରିଦେଇଛନ୍ତି । ଠିକ୍‌ ସମୟରେ JEE ଓ NEET ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତମାସରେ ଦେଶର ୬ଟି ରାଜ୍ୟରେ ସୁପ୍ରିମକୋର୍ଟରେ ଏହି ଅପିଲ୍‌ କରିଥିଲେ ।  ଯେଉଁଥିରେ ସେପ୍ଟେମ୍ବରରେ ହେବାକୁ ଥିବା JEE ଓ NEET ପରୀକ୍ଷା ତାରିଖକୁ ସୁପ୍ରିମକୋର୍ଟ ଆଉ ଥରେ ପୁନଃବିଚାର କରନ୍ତୁ , ଏବଂ ସମୀକ୍ଷା କରନ୍ତୁ । ଏହି ରାଜ୍ୟମାନଙ୍କ ମଧ୍ୟରେ ପଞ୍ଜାବ, ଝାରଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ଓ ମହାରାଷ୍ଟ୍ର ରହିଛନ୍ତି ।


JEE ମେନ୍ ଏବଂ NEET ପରୀକ୍ଷା ସଂପର୍କୀତ ମାମଲାର ଶୁଣାଣି ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ । ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କ ବେଞ୍ଚ ମାମଲାରୁ ଶୁଣାଣି JEE ମେନ୍ ଏବଂ NEET ପରୀକ୍ଷାର ପୁନର୍ବିଚାର ପାଇଁ ୬ଟି ରାଜ୍ୟର ଆବେଦନକୁ ଖାରଜ କରିଛନ୍ତି । ଆବେଦନରେ ପରୀକ୍ଷାର୍ଥୀଙ୍କ ଜୀବନ ସୁରକ୍ଷିତ କରିବାକୁ କୁହାଯାଇଥିଲା । ଛଅ ରାଜ୍ୟର କହିବା କଥା ଯେ, କରୋନା ମହାମାରୀକୁ ନଜରରେ ରଖି ଏହି ସମୟରେ ପରୀକ୍ଷା ଆୟୋଜନା କରିବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ତାରିଖ ନେଇ ଆଉ ଥରେ ସମୀକ୍ଷା କରାଯାଉ । ସେପ୍ବେମ୍ବର ୧ରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ JEE ମେନ୍‌ ୨୦୨୦ ଓ ୧୩ ସେପ୍ଟେମ୍ବରରୁ  NEET ୨୦୨୦ ପରୀକ୍ଷା ସ୍ଥଗିତ କରାଯାଉ। ତେବେ ଏହି ସବୁ ମାମଲାକୁ ଖାରଜ କରିଦେଇଛନ୍ତି କୋର୍ଟ ।

   Related Posts