Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗେହଲତ ସରକାରଙ୍କୁ ଆଶ୍ବସ୍ତି : ୬ ବିଧାୟକଙ୍କ କଂଗ୍ରେସରେ ବିଲୟ ମାମଲାରେ ଦଖଲ ଦେବାକୁ ମନା କଲେ ସୁପ୍ରିମକୋର୍ଟ

13/08/2020 at 7:15 PM

ନୂଆଦିଲ୍ଲୀ ୧୩/୦୮ : ସୁପ୍ରିମକୋର୍ଟ କଂଗ୍ରେସରେ ସାମିଲ ହୋଇଥିବା ରାଜସ୍ଥାନର ୬ ବିଏସପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ଦାଖଲ ଦେବାକୁ ମନା କରିଦେଇଛନ୍ତି | ଏହି ମାମଲାର ଶୁଣାଣି ହାଇକୋର୍ଟରେ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି | ବିଜେପି ବିଧାୟକ ମଦନ ଦୀଲାବର ଓ ବିଏସପି ବିଧାନସଭା ଅଧ୍ୟକ୍ଷଙ୍କ ଆଦେଶକୁ ଲାଗୁ କରିବାକୁ ରୋକ ଲଗାଇବାକୁ ଅନୁରୋଧ କରିଛନ୍ତି |  ବିଧାନସଭା ଅଧ୍ୟକ୍ଷ ଗତବର୍ଷ ମିଶ୍ରଣ ପାଇଁ ମଞ୍ଜୁରୀ ଦେଇଥିଲେ |

ଆବେଦନକାରୀଙ୍କ ଓକିଲ ଦଲିଲ ଦେଇଛନ୍ତି ଯେ, ଏହି ମିଶ୍ରଣ ଦେଶର ଦଳ-ବଦଳ ନୀତି, ସମ୍ବିଧାନର ଦଶମ ଅନୁସୁଚୀ ପ୍ରାବଧାନ ବିରୋଧୀ | ବିଧାନସଭା ଅଧ୍ୟକ୍ଷଙ୍କ ଓକିଲ କହିଛନ୍ତି ଯେ ଆବେଦନ ବିଚାରଯୋଗ୍ୟ ନୁହେଁ | ସନ୍ଦୀପ ଯାଦବ, ବାଜିବ ଅଲି, ଦିପଚନ୍ଦ ଖେରିୟା, ଲଖଣ ମିନା, ଯୋଗେନ୍ଦ୍ର ଅବାନା, ରାଜେନ୍ଦ୍ର ଗୁଧା ୨୦୧୮ ମସିହାରେ ବିଧାନସଭା ନିର୍ବାଚନରେ ବିଏସପି ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିଲେ ଓ ପରେ ଦଳ-ବଦଳ କରି କଂଗ୍ରେସରେ ସାମିଲ ହୋଇଥିଲେ | ଏହି ବିଧାୟକମାନେ କଂଗ୍ରେସରେ ସାମିଲ ହେବାପରେ ଅଶୋକ ଗେହଲତ ସରକାର ମଜବୁତ ହୋଇଥିଲା ଓ ୨୦୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଦଳର ସଂଖ୍ୟା ୧୦୭ ହୋଇଯାଇଥିଲା | ଏହି ବିଧାୟକମାନେ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ କଂଗ୍ରେସରେ ମିଶ୍ରଣ ପାଇଁ ଆବେଦନ କରିଥିଲେ ଏବଂ ଦୁଇ ଦିନ ପରେ ବିଧାନସଭା ଅଧ୍ୟକ୍ଷ ଏକ ଆଦେଶ ମାଧ୍ୟମରେ ଏହାକୁ ମଞ୍ଜୁରୀ ଦେଇଥିଲେ |

ଶୁକ୍ରବାର ଦିନ ବିଧାନସଭା ବସିବ | ବିଏସପି ବିଧାୟକ କହିଛନ୍ତି ଯେ ସେମାନେ କଂଗ୍ରେସ ସହିତ ଅଛନ୍ତି | ବର୍ତ୍ତମାନ ସଚିନ ପାଇଲଟଙ୍କ ସହିତ ବୁଝାମଣା ହେବାପରେ ଗେହଲତ ସରକାର ଆହୁରି ମଜବୁତ ହୋଇଯାଇଛନ୍ତି |

ଗୁରୁବାର ଦିନ ବିଜେପି କହିଛି ଯେ ସେ ଅଶୋକ ଗେହଲତ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବ | ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | ନେତା ପ୍ରତିପକ୍ଷ ଗୁଲାବ ଚାନ୍ଦ କଟାରିୟା ବୈଠକ ପରେ କହିଛନ୍ତି ଯେ ଶୁକ୍ରବାର ଦିନ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବ |

   Related Posts