ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି - ବଡ ବେଞ୍ଚକୁ ଯିବନାହିଁ ଧାରା ୩୭୦ ଉଚ୍ଛେଦ ମାମଲା

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ ୦୨।୦୩ : କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ବଡ ବେଞ୍ଚକୁ ଯିବନାହିଁ ଧାରା ୩୭୦ ଉଚ୍ଛେଦ ମାମଲା । ସୋମବାର ଦିନ ଧାରା ୩୭୦ ଉଚ୍ଛେଦ ମାମଲାରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇବାକୁ ନେଇ ବହୁ ଆବେଦନ କରାଯାଇଥିଲା । ଏବଂ ଏହି ମାମଲାକୁ ସୁପ୍ରିମକୋର୍ଟ ବଡ ବେଞ୍ଚକୁ ପଠାଇବା ମଧ୍ୟ ଆବେଦନ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ସୋମବାର ଦିନ ଏହି ମାମଲା ବଡ ବେଞ୍ଚକୁ ପଠାଇବା ଆବେଦନକୁ ଖାରଜ କରିଦେଇଛନ୍ତି ।  ଗତ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

ଗତବର୍ଷ ୫ଅଗଷ୍ଟ ଦିନ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହା ସହିତ ବିଶେଷ ରାଜ୍ୟର କ୍ଷମତା ମଧ୍ୟ ଶେଷ କରିଦେଇଥିଲେ । ଧାରା ୩୭୦ ହଟାଇବା ସହ ଜାମ୍ମ-କାଶ୍ମୀର ଓ ଲଦାଖକୁ ଦୁଇଟି ଭିନ ଭିନ୍ନ କେନ୍ଦ୍ରଶାସିତ ରାଜ୍ୟ ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଧାରା ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧକୁ ଡଜେନରୁ ଅଧିକ ଆବେଦନ କରାଯାଇଛି । ଏବଂ ଏହି ମାମଲାକୁ ଏକ ବଡ ବେଞ୍ଚକୁ ପଠାଇବା ପାଇଁ ଦାବି ମଧ୍ୟ କରାଯାଇଛି । ତେବେ ଏହି ଆବେଦନର ଶୁଣାଣି ସମୟରେ ଜଷ୍ଟିସ୍‌ ରମ୍‌ନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ବେଞ୍ଚ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସେପଟେ କେନ୍ଦ୍ର ସରକାର ଏହି ଆବେଦନକୁ ବିରୋଧ କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଜାମ୍ମୁ-କାଶ୍ମୀରର ଅବସ୍ଥା ସୁଧାରିବା ପାଇଁ ଧାରା ୩୭୦ହଟାଇବା ଏକମାତ୍ର ବିକଳ୍ପ ଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କ ଦଲିଲ୍‌ ଶୁଣିଥିଲେ । ଏବଂ ବଡ ବେଞ୍ଚକୁ ମାମଲା ପଠାଇବା ପ୍ରସଙ୍ଗରେ ଶୁଣାଣି ନେଇ ରାୟ ସଂରକ୍ଷିତ ରଖିଥିଲେ । ଆଜି ନିଜର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.