Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ସାହିନବାଗରେ ପ୍ରଥମ କରୋନା ସନ୍ଦିଗ୍ଧ ଚିହ୍ନଟ, ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି କୋର୍ଟ

22/03/2020 at 10:00 AM

ନୂଆଦିଲ୍ଲୀ ୨୨। ୦୩ : କରୋନା ଏବେ ସାରା ବିଶ୍ବ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଏହି ଭାଇରସ୍ ଯୋଗୁଁ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୧୧ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ସେହିପରି ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ ପାଞ୍ଚ ଜଣଙ୍କ ପ୍ରାଣ ଗଲାଣି । ତେବେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଜଣେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ନିକଟସ୍ଥ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ରିପୋର୍ଟ ଆସିନାହିଁ ।

ରିପୋର୍ଟ ଅନୁସାରେ ଧାରଣାରେ ବସିଥିବା ମହିଳାଙ୍କୁ ସମର୍ଥନ ପାଇଁ ତାଙ୍କ ସମ୍ପର୍କୀୟ ଆସିଥିଲେ । ସେହି ସମ୍ପର୍କୀୟ ଜଣଙ୍କ କିଛି ଦିନ ତଳେ ବିଦେଶରୁ ଫେରିଥିଲେ । ତେବେ ଏକଥା ଜଣାପଡିବା ପରେ ମହିଳାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି କରୋନା ସନ୍ଦିଗ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ପରେ ସାହିନବାଗରୁ ଭିଡ ଦିନକୁ ଦିନ କମିବାରେ ଲାଗିଛି ବୋଲି ଜଣାପଡିଛି । ଇତିମଧ୍ୟରେ ସାହିନବାଗରୁ ସିଏଏ ବିରୋଧୀ ଆନ୍ଦୋଳନ ୧୦୦ ଦିନ ପାର ହୋଇସାରିଲାନି । ଆନ୍ଦୋଳନକାରୀମାନେ ନିଜ ଜିଦ୍ ନେଇ ଅଟଳ ରହିଛନ୍ତି ।

ସେପଟେ ସୋମବାର ଦିନ ସୁପ୍ରିମକୋର୍ଟରେ ସାହିନବାଗ ମାମଲା ଶୁଣାଣି ରହିଛି । ଆନ୍ଦୋଳନ ସ୍ଥାନରୁ ଗମନାଗମନ ପାଇଁ ରାସ୍ତା ଖାଲି କରିବା ନେଇ ଶୁଣାଣି ରହିଛି । ତେବେ ଆଗକୁ ଦେଖିବାକୁ ରହିଲା ଆନ୍ଦୋଳନ ସ୍ଥାନରୁ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ସୁପ୍ରିମକୋର୍ଟ ଏନେଇ କି ରାୟ ଦେଉଛନ୍ତି । କାରଣ ଜଣେ ସନ୍ଦିଗ୍ଧ ବାହାରିବା ପରେ ଅନ୍ୟ ସମସ୍ତଙ୍କ ମେଡିକାଲ ଯାଞ୍ଚ ଜରୁରୀ ହୋଇପଡିଛି ।

   Related Posts