Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦିଲ୍ଲୀ ନିର୍ବାଚନ ପାଇଁ ଶୁଣାଣୀକୁ ନା… ସୋମବାର ଶାହିନବାଗ୍ ମାମଲାରେ ବିଚାର କରିବେ ସୁପ୍ରିମକୋର୍ଟ

7/02/2020 at 2:46 PM

ନୂଆଦିଲ୍ଲୀ ୦୭/୦୨- ଶାହିନବାଗରେ ଚାଲିଥିବା ନାଗରିକତା ସଂଶୋଧନ ଆଇନ ବିରୋଧି  ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟରେ ଆସନ୍ତା ସପ୍ତାହରେ ଶୁଣାଣି ହେବ । ଶୁକ୍ରବାର  ସାହିନବାଗ ଆନ୍ଦୋଳନକୁ ହଟାଇବା ଲାଗି ତଥା ଟ୍ରାଫିକ୍‌ ସମସ୍ୟା ଆଦି ସଂପର୍କୀତ ଏକାଧିକ ଆବେଦନ ଉପରେ ଶୁଣାଣିକୁ ଘୁଞ୍ଚାଇ ଏପରି କହିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ । ବିଚାରପତି ଏସ.କେ. କାଉଲ ଏବଂ ବିଚାରପତି କେ.ଏମ୍‌.ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ଆମେ ବୁଝୁଛୁ ସେଠାରେ ଏକ ସମସ୍ୟା ରହିଛି, ଏବଂ ସେହି ସମସ୍ୟାର କିପରି ସମାଧାନ ହେବ , ତାହା ଆମେ ଦେଖିବୁ । ଆମେ ତାହା ସଂପର୍କରେ ସୋମବାର ହିଁ ଦୃଷ୍ଟି ଦେବୁ । ସେହି ସମୟ ସୁଦ୍ଧା ଆମେ ଭଲ ସ୍ଥିତିରେ ଥିବୁ ।“  ଆବେଦନ ଉପର ହାଲ୍‌କା ମନ୍ତବ୍ୟ ଦେଇ କୋର୍ଟ କହିଛନ୍ତି, ବ୍ୟାଗ୍‌ରୁ ବିଲେଇକୁ ବାହାରିବାକୁ ଦିଅ ।

ଜଣେ ଆବେଦନକାରୀଙ୍କ ଓକିଲ ଯେତେବେଳେ ଦିଲ୍ଲୀ ନିର୍ବାଚନ ୮ ତାରିଖରେ ବୋଲି କୋର୍ଟଙ୍କୁ କହିଲେ,ସେତେବେଳେ ଖଣ୍ଡପୀଠଙ୍କ ଜବାବ ଥିଲା, “  ଠିକ୍‌ ସେଇଥିଲାଗି ତ ଆମେ କହୁଛୁ ସୋମବାର ଏହାର ଶୁଣାଣି କରିବା , କାରଣ ଆମେ ତାହାକୁ ( ନିର୍ବାଚନକୁ ) କାହିଁକି ପ୍ରଭାବିତ କରିବୁ ।“ ଏହା ସହ ମାମଲାଟି କାହିଁକି ପୁଣି ଦିଲ୍ଲୀ ହାଇକୋର୍ଟକୁ ନଯିବ ସେଥିଲାଗି ଯୁକ୍ତି ରଖିବାକୁ ପ୍ରସ୍ତୁତ ହୋଇ ଆସିବାକୁ କୋର୍ଟ ସଂପୃକ୍ତ ଓକିଲଙ୍କୁ କହିଥିଲେ । ତେବେ ଖଣ୍ଡପୀଠ ଆହୁରି ବି କହିଥିଲେ, ମାମଲାଟି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି  ହେବା ଉଚିତ ବୋଲି ସେ  ମନେକରନ୍ତି ।

 ଆଇନଜୀବୀ ଅମିତ ସାହାନୀ ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଗତ ଡିସେମ୍ବର ୧୫ ଠାରୁ ସିଏଏ ଆନ୍ଦୋଳନ ଲାଗି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିଥିବା ଶାହିନବାଗ ଅଞ୍ଚଳରେ ଟ୍ରାଫିକ୍‌ ସୁଧାରଲାଗି ପଦକ୍ଷେପ ନେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତଙ୍କୁ ଆବେଦନ କରିଛନ୍ତି । ସେପଟେ ପୂର୍ବତନ ବିଧାୟକ ନନ୍ଦ କିଶୋର ଗର୍ଗ କରିଥିବା ଅନ୍ୟଏକ ଆବେଦନରେ ଶାହିନବାଗରେ ବସିଥିବା ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ଆବେଦନ କରିଛନ୍ତି ।ତେବେ ଶନିବାର ଦିଲ୍ଲୀ ନିର୍ବାଚନର ଭୋଟଗ୍ରହଣ ଥିବାରୁ ସୋମବାର ଶୁଣାଣି କରିବାକୁ ନିଷ୍ପତ୍ତି କରିଚନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ ।

   Related Posts