କରୋନା ମୁକାବିଲା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ସୁପ୍ରିମକୋର୍ଟ, କହିଲେ…
23/03/2020 at 5:02 PM

ନୂଆଦିଲ୍ଲୀ, ୨୩|୦୩: ସୁପ୍ରିମକୋର୍ଟ କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି. । ମୋଦୀଙ୍କ ସମାଲୋଚକମାନେ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିବା କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଏସ ଏ ବୋବଡେ କହିଛନ୍ତି, ନ୍ୟାୟାଧିଶ ଏଲ ନାଗେଶ୍ୱର ରାଓ ଓ ନ୍ୟାୟାଧିଶ ସୂର୍ଯ୍ୟକାନ୍ତଙ୍କ ପୀଠ କହିଛନ୍ତି ଯେ, ସରକାର ବର୍ତ୍ତମାନର ସ୍ଥିତିର ମୁକାବିଲା ପାଇଁ ବହୁତ ସକ୍ରିୟ ହୋଇଛନ୍ତି। ତାଙ୍କ ସମାଲୋଚକମାନେ ମଧ୍ୟ ମୋଦୀ ଭଲ କାମ କରୁଥିବା କହୁଛନ୍ତି।
ପୀଠ କୋଭିଡ-୧୯ର ମୁକାବିଲା ପାଇଁ ପରୀକ୍ଷାଗାର ସଂଖ୍ୟା ବୃଦ୍ଧି ପାଇଁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିବା ସମୟରେ ଏହି ପ୍ରତିକ୍ରିୟା ଦେଇଥିଲେ। କୋର୍ଟ ଆବେଦନକାରୀଙ୍କୁ ଏହି ବାବଦରେ ସରକାରଙ୍କୁ ଧନ୍ୟବାଦ ଦେବାକୁ କହିଥିଲେ।
ଜଣେ ଆବେଦନକାରୀ ଏହି ସ୍ଥିତିର ମୁକାବିଲା ତଥା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଲଗା ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁରୋଧ କରିଥିଲେ।