Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ବିପଦ: ଜେଲ୍‌ରୁ ଭିଡ କମ୍ କରିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ, ୯୦ ଦିନ ପାଇଁ ହାଜତରୁ ମୁକୁଳିବେ କଏଦୀ

8/05/2021 at 3:59 PM

ନୂଆଦିଲ୍ଲୀ ୦୮।୦୫: କରୋନା ବିପଦକୁ ଦୃଷ୍ଟିରେ ରଖି ଜେଲ୍‌ରେ ବନ୍ଦୀ ଥିବା ବଛା ବଛା କଏଦୀଙ୍କୁ ୯୦ ଦିନ ପାଇଁ ପାରୋଲ୍‌ରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏଥିରେ ଜେଲ୍‌ରେ କଏଦୀଙ୍କ ସଂଖ୍ୟାରେ କିଛି ମାତ୍ରାରେ ହ୍ରାସ ଘଟିବ। ୯୦ ଦିନ ପରେ ମୁକ୍ତ ହୋଇଥିବା କଏଦୀ ପୁନର୍ବାର ଜେଲ୍‌କୁ ଫେରିବେ। ଏନେଇ ସର୍ବୋଚ୍ଚ ଅଦାଲତ ନିଜ ଆଦେଶରେ ସମସ୍ତ ରାଜ୍ୟକୁ ଏକ କମିଟି ଗଠନ କରିବାକୁ କହିଛନ୍ତି। କମିଟି ସ୍ଥିର କରିବ ଯେ, କେଉଁ କଏଦୀଙ୍କୁ ମୁକ୍ତ କରାଯିବ ଏବଂ କାହାକୁ ନୁହେଁ। ଏଥିରେ ଛୋଟ ମୋଟ ଅପରାଧ କରିଥିବା କଏଦୀଙ୍କୁ ପ୍ରାଥମିକତା ଦିଆଯିବ।

ଦେଶରେ ସଂପ୍ରତି କରୋନା ସ୍ଥିତି ଉତ୍କଟ ରହିଛି। ବିଶେଷଜ୍ଞ ଦ୍ଵିତୀୟ ଲହର ଶିଖରରେ ପହଞ୍ଚିବା ନେଇ ଚେତାବନୀ ଦେଇଛନ୍ତି। ଏହା ମଧ୍ୟରେ ବଢୁଥିବା କରୋନା କେସ୍‌କୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ବିଚାର କରି ଜେଲ୍‌ରୁ କଏଦୀଙ୍କ ସଂଖ୍ୟା ହ୍ରାସ କରିବାକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଗତ ବର୍ଷ ମଧ୍ୟ କିଛି କଏଦୀ ଏହି ଆଧାରରେ ମୁକ୍ତ ହୋଇଥିଲେ।

ଅଦାଲତ ଆଦେଶରେ କହିଛନ୍ତି, ଯେଉଁ କଏଦୀଙ୍କୁ ଗତ ବର୍ଷ ମହାମାରୀକୁ ଦୃଷ୍ଟିରେ ରଖି ଜାମିନ କିମ୍ବା ପାରୋଲ୍‌ରେ ମୁକ୍ତ କରାଯାଇଥିଲା, ପୁଣି ଥରେ ସେହି କଏଦୀଙ୍କୁ ଏହି ସୁବିଧା ଦିଆଯାଉ। ପ୍ରଧାନ ବିଚାରପତି ଏନ ଭି ରମଣା, ବିଚାରପତି ଏଲ ନାଗେଶ୍ଵର ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ପୀଠ କହିଛନ୍ତି, ଉଚ୍ଚତମ ନ୍ୟାୟାଳୟ ଆଦେଶରେ ରାଜ୍ୟ ଓ କେନ୍ଦ୍ର ଶାସିତ ଦ୍ଵାରା ଗଠନ ହୋଇଥିବା ଉଚ୍ଚ ଅଧିକାରପ୍ରାପ୍ତ କମିଟି ଦ୍ଵାରା ଗତ ବର୍ଷ ମାର୍ଚ୍ଚରେ ଯେଉଁ କଏଦୀଙ୍କୁ ଜାମିନ କିମ୍ବା ପାରୋଲ୍ ଦିଆଯାଇଥିଲା, ସେମାନଙ୍କୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରାଯାଉ।

କରୋନାର ଗତ ଲହରରେ ମଧ୍ୟ ସୁପ୍ରିମକୋର୍ଟ କଏଦୀଙ୍କୁ ପାରୋଲ୍‌ରେ ଛାଡିବାକୁ ଆଦେଶ ଦେଇଥିଲେ। ଏବେ ସେହି କଏଦୀ ମଧ୍ୟ ଜେଲ୍‌କୁ ଫେରି ଆସିଛନ୍ତି। ଏବେ ପୁଣି ଥରେ ସେହି କଏଦୀଙ୍କୁ ଜେଲ୍‌ରୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହେବ।

   Related Posts