Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଯୋଧ୍ୟା ବିବାଦ ମାମଲାରେ ମଧ୍ୟସ୍ଥି କରିବେ ସମାଧାନ : ସୁପ୍ରିମକୋର୍ଟ

8/03/2019 at 10:43 AM

ନୂଆଦିଲ୍ଲୀ ୮|୩ : ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାରେ ମଧ୍ୟସ୍ଥି କରିବା ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମଧ୍ୟସ୍ଥତା ନେଇ ୩ଜଣିଆ ପାନେଲ ଗଠନ କରାଯାଇଛି । ଜଷ୍ଟିସ୍ ଇବ୍ରାହିମ୍ ଖଲ୍ଲିଫୁଲ୍ଲା ଏବଂ ଶ୍ରୀରାମ ପଞ୍ଚୁ ମଧ୍ୟସ୍ଥତା କରିବେ । ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ମଧ୍ୟସ୍ଥତା କରିବେ ।୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଉଚ୍ଚତମ ନ୍ୟାୟଳୟ । ମାମଲାର ରିପୋର୍ଟ ନେଇ ଗଣମାଧ୍ୟମ ଉପରେ କଟକଣା ମଧ୍ୟ କରାଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି ।

ବିବାଦୀୟ ୨.୭୭ ଏକର ପରିମିତ ଜାଗାକୁ ନିର୍ମୋହି ଆଖଡ଼ା, ସୁନ୍ନି ସେଣ୍ଟ୍ରାଲ୍ ବାକଫ୍ ବୋର୍ଡ ଏବଂ ରାମଲାଲା ବିରାଜମାନ ମଧ୍ୟରେ ତିନି ଭାଗରେ ବାଣ୍ଟିଦେବା ପାଇଁ୨୦୧୦ ମସିହାରେ ଆଲ୍ଲାହାବାଦ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୧୪ଟି ଆବେଦନ ଦାଖଲ ହୋଇଥିଲା । ଗତ ବୁଧବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ବିଭିନ୍ନ ପକ୍ଷର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ।

ବିବାଦୀୟ ମାମଲାକୁ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଆପୋଷ ବୁଝାମଣା ଜରିଆରେ କରିବାକୁ କୋର୍ଟ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ମାମଲରା ଥିବା ତିନି ପକ୍ଷଙ୍କୁ ସେମାନଙ୍କର ମଧ୍ୟସ୍ଥଙ୍କ ନାମ ସୁପାରିସ କରିବାକୁ ସୁପ୍ରିମକୋର୍ଟ କହିଥିଲେ ।  ଏହି ମାମଲା ସହ ଜଡ଼ିତ ନିର୍ମୋହି ଆଖଡ଼ା ବ୍ୟତୀତ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ସର୍ବୋଚ୍ଚ ଅଦାଲତ ଦ୍ବାରା ପ୍ରସ୍ତାବିତ ମଧ୍ୟସ୍ଥତା ପ୍ରକ୍ରିୟାକୁ ବିରୋଧ କରୁଥିବା ବେଳେ ମୁସଲିମ୍ ସଂଗଠନ ସବୁ ଏହା ସପକ୍ଷରେ ଅଛନ୍ତି । ଏହି ସମୟରେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା ରାୟ ବେଶ୍ ଗୁରୁତ୍ବପୂର୍ଣ୍ଣ । ବର୍ଷ ବର୍ଷର ବିବାଦ ସମାଧାନ ନେଇ ବାଟ ଫିଟିବା ସମ୍ଭବାନ ରହିଛି ।

   Related Posts