Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ : ୧୫ଦିନ ଭିତରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଅ, ରୋଜଗାର ବ୍ୟବସ୍ଥା କର

9/06/2020 at 6:21 PM

ନୂଆଦିଲ୍ଲୀ ୦୯/୦୬ :  ୧୫ ଦିନ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କର । ସେମାନଙ୍କୁ  ଚିହ୍ନଟ କରି ପଞ୍ଜୀକରଣ କରିବାସହ କାଉନସେଲିଂ ଓ ସ୍କିଲ ମ୍ୟାପିଂ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ମାନଙ୍କୁ କହିଛନ୍ତି । ଯାହା ଫଳରେ ସେମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ । ସେପଟେ ଭିଟାମାଟି ଫେରି ଆସିଥିବା ଶ୍ରମିକ ମାନେ ଆଉ ଅନ୍ୟ ରାଜ୍ୟକୁ ଫେରିବାକୁ ଛାହୁଁ ନାହାନ୍ତି । ନିଜ ରାଜ୍ୟରେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକ।

ଶ୍ରମିକଙ୍କ ଡେଟା ସଂଗ୍ରହ କର ।  ସେମାନଙ୍କ ସ୍କିଲ ମ୍ୟାପିଂ କର । ନିଜ ଅଞ୍ଚଳରେ କର୍ମ ବ୍ୟବସ୍ଥା କର । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ  । ଲକଡାଉନ ଉଲଂଘନ ନେଇ ପ୍ରବାସୀ ଶମିକଙ୍କ ବିରୋଧରେ ପଞ୍ଜୀକୃତ ସମସ୍ତ ମାମଲା ପ୍ରତ୍ୟାହାର କର । ଏବେ ବି ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକ ଯଦି ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି ତେବେ ୧୫ଦିନ ଭିତରେ ସେମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ଅଶୋକ ଭୂଷଣ , ସଞ୍ଜୟ କୌଲ, ଏମଆର ସାହାଙ୍କୁ ନେଇ ଖଣ୍ଡପୀଠ ଆଜି ରାଜ୍ୟ ସରକାର ମାନଙ୍କୁ ଏଭଳି  ନିର୍ଦ୍ଦେଶ ଦେଇଛନ୍ତି।

ଏଣେ କିନ୍ତୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ୍ ସ୍କିଲ ମ୍ୟାପିଂ ଆରମ୍ଭ କରିଛନ୍ତି। ଗାଁ ଗାଁରେ ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି ସେମାନଙ୍କ ସ୍କିଲ ଅନୁଯାୟୀ କର୍ମ ନିୟୋଜନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହିପରି ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଋଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିଛନ୍ତି। ରାଜ୍ୟରେ କର୍ମନିୟୋଜନ ପାଇଁ ଏବଂ କୃଷି ପାଇଁ ୯ ହଜାର କୋଟି ଟଙ୍କାର ଋଣ ଦିଆଯିବ। ଏନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ସେପଟେ ଗାଁକୁ ଫେରିଥିବା ଶ୍ରମିକମାନଙ୍କ ସ୍ଥିତି ସଂପର୍କରେ ବିଧାୟକ ଏବଂ ସାଂସଦମାନେ ଅନୁଧ୍ୟାନ ଆରମ୍ଭ କରିଛନ୍ତି। କେନ୍ଦ୍ରାପଡା ସାଂସଦ ଅନୁଭବ ମାହାନ୍ତି, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ ଶ୍ରମିକମାନଙ୍କ  କର୍ମ ନିୟୋଜନ ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ଭିଟାମାଟିକୁ ଫେରିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକଙ୍କ ବାସ୍ତବ ସ୍ଥିତି ପରଖିଥିଲା ନ୍ୟୁଜ୍ ସେଭେନ୍ । ଅଧିକାଂଶ ଘର ବାହୁଡା ଶ୍ରମିକ ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି । ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇ କାରୋନା ପାଇଁ ବହୁ ଯନ୍ତ୍ରଣା ପାଇଲୁ । ଶାଗ ପଖାଳ ଖାଇ ଗାଁରେ ରହିବାକୁ ସେମାନେ ମନସ୍ଥ  କରିଛନ୍ତି ।  ସରକାର ସେମାନଙ୍କ ପାଇଁ ନିଜ ଗାଁରେ ବା ନିଜ ଅଞ୍ଚଳରେ କର୍ମସଂସ୍ଥାନ ଯୋଗାଇ ଦେବାକୁ ଶ୍ରମିକ ମାନେ କହିଛନ୍ତି ।

ପ୍ରବାସୀଙ୍କୁ ଥଇଥାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଘର ବାହୁଢା ଶ୍ରମିକ ମାନଙ୍କୁ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ପ୍ରକୃତ କାର୍ଯ୍ୟକାରୀ ହେଲେ ଶ୍ରମିକ ମାନଙ୍କ ଜୀବନ ଜୀବୀକାରେ  ପରିବର୍ତ୍ତନ ଆସିବା ନେଇ ଆଶା କରାଯାଏ।

   Related Posts