Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା : ନିଜର ମୂର୍ତ୍ତି ପାଇଁ ଖର୍ଚ୍ଚ କରିଥିବା ୫୯୧୯ କୋଟି ସରକାରୀ ଟଙ୍କା ଫେରସ୍ତ କରିବାକୁ ଆଦେଶ

8/02/2019 at 12:13 PM

ଦିଲ୍ଲୀ ୮/୨ : ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀଙ୍କୁ ସୁପ୍ରିମକୋର୍ଟ ବଡ ଝଟକା ଦେଇଛନ୍ତି | ଆଜି ଏକ ଆବେଦନର ଶୁଣାଣିରେ କୋର୍ଟ କହିଛନ୍ତି ଯେ, ମାୟାବତୀ ନିଜ ମୂର୍ତ୍ତି ଏବଂ ହାତୀ ମୂର୍ତ୍ତି ତିଆରି କରିବାରେ ଯେତିକି ସରକାରୀ ଟଙ୍କା ଖର୍ଚ୍ଚ କରିଛନ୍ତି ସେସବୁ ଟଙ୍କା ଫେରସ୍ତ କରନ୍ତୁ | ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମାମଲାର ଶୁଣାଣି କରିଛନ୍ତି | ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨ ତାରିଖରେ ହେବ |


୨୦୦୯ ମସିହାରେ ରବିକାନ୍ତ ଏବଂ ଅନ୍ୟ ଲୋକଙ୍କ ଦ୍ୱାରା ଦାଏର ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା | ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ଯେ, ମାୟାବତୀ ମୂର୍ତ୍ତି ତିଆରି କରିବାରେ ଯେତିକି ସରକାରୀ ଟଙ୍କା ଖର୍ଚ୍ଚ କରିଛନ୍ତି ସେସବୁ ଅର୍ଥ ସରକାରୀ ଖଜଣାରେ ଜମା କରିଦେବା ଉଚିତ | ରଞ୍ଜନ ଗୋଗୋଇ ମାୟାବତୀଙ୍କ ଓକିଲଙ୍କୁ ନିର୍ଦେଶ ଦେଇଥିଲେ ଯେ, ସରକାରୀ ଖଜଣାରେ ସବୁ ଟଙ୍କା ଜମା କରାଯାଉ |


ମାୟାବତୀଙ୍କ ଦ୍ୱାରା ବିଏସପି ଶାସନକାଳରେ ଉତ୍ତର ପ୍ରଦେଶରେ ଅନେକ ପାର୍କ ନିର୍ମାଣ ହୋଇଥିଲା | ଏହି ପାର୍କରେ ବିଏସପି ସଂସ୍ଥାପକ କାଂଶୀରାମ, ମାୟାବତୀ ଏବଂ ହାତୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା | ଏହି ମାମଲା ପ୍ରତ୍ୟେକଥର ନିର୍ବାଚନ ପୂର୍ବରୁ ଉଠିଥାଏ ଏବଂ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ମାୟବତୀଙ୍କୁ ର୍ଗେଟ କରିଥାନ୍ତି | ବିଏସପି ଶାସନକାଳରେ ଏହି ସବୁ ପାର୍କ ଲକ୍ଷ୍ନୌ ନୋଏଡା ସମେତ ଅନେକ ରାଜ୍ୟରେ ନିର୍ମାଣ କରାଯାଇଥିଲା |


ସୁପ୍ରିମକୋର୍ଟ ୨୦୧୫ ମସିହାରେ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ପାର୍କ ଏବଂ ମୂର୍ତ୍ତି ତିଆରିରେ ଖର୍ଚ୍ଚ ହୋଇଥିବା ସରକାରୀ ଟଙ୍କାର ଡିଟେଲ ମାଗିଥିଲେ | ଉତ୍ତର ପ୍ରଦେଶରେ ପୂର୍ବାଂଚଳ ସମାଜବାଦୀ ପାର୍ଟି ସରକାର ଏହି ମାମଲାରେ ବିଏସପିକୁ ଘେରିଥିଲା |


ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ଶାସନକାଳରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ ରିପୋର୍ଟ ଆସିଥିଲା | ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଲକ୍ଷ୍ନୌ, ନୋଏଡା ଏବଂ ଗ୍ରେଟର ନୋଇଡାରେ ନିର୍ମାଣ କରାଯାଇଥିବା ପାର୍କରେ ୫୯୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା |


ସୂଚନାଯୋଗ୍ୟ ଯେ, ନୋଏଡା ସ୍ଥିତ ଦଳିତ ପ୍ରେରଣା ସ୍ଥଳରେ ବିଏସପିର ନିର୍ବାଚନ ଚିହ୍ନ ହାତୀର ୩୦ଟି ପଥର ମୂର୍ତ୍ତି ଏବଂ କଂସାର ୨୨ଟି ମୂର୍ତ୍ତି ତିଆରି କରାଯାଇଥିଲା | ଏଥିରେ ୬୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା | ଏହି ସବୁ ପାର୍କ ଏବଂ ମୂର୍ତ୍ତିମାନଙ୍କ ଦେଖାରେଖା ପାଇଁ ୫୬୩୪ କର୍ମଚାରୀ ନିଯୁକ୍ତ କରାଯାଇଥିଲା |


୨୦୧୨ ବିଧାନସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଲେଶ ଯାଦବ ଏହି ପ୍ରସଙ୍ଗ ଉଠାଇଥିଲେ | ସେତେବେଳେ ଅଖିଲେଶ ମାୟାବତୀଙ୍କ ଉପରେ ୪୦ ହଜାର କୋଟି ଚଙ୍କାର ମୂର୍ତ୍ତି ଦୁର୍ନୀତି ଅଭିଯୋଗ କରିଥିଲେ |

   Related Posts