Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଓ୍ଵାନ୍‌ ନେସନ୍‌, ଓ୍ଵାନ୍‌ ରାସନ୍‌କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ, ୩୧ ଜୁଲାଇ ମଧ୍ୟରେ ଲାଗୁ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ

29/06/2021 at 6:36 PM

ନୂଆଦିଲ୍ଲୀ, ୨୯/୦୬: ଓ୍ଵାନ୍‌ ନେସନ୍‌, ଓ୍ଵାନ୍‌ ରାସନ୍‌ କାର୍ଡ ଲାଗୁ କରିବା ନେଇ ମଙ୍ଗଳବାର ଦିନ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଯୋଜନା ପାଇଁ କୋର୍ଟ ୩୧ଜୁଲାଇ, ୨୦୨୧ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ପ୍ରବାସୀ ଶ୍ରମିକମାନେ ଲାଭବାନ ହେବେ ଓ ଦେଶର ଯେକୌଣସି ସ୍ଥାନରେ ରାସନ୍‌ ନେବାର ସୁବିଧା ପାଇପାରିବେ। ଏ ନେଇ ଦେଶର ସର୍ବୋଚ୍ଚ କୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା କାରଣରୁ ସୁପ୍ରିମ୍‌କୋର୍ଟ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ ଶ୍ରମିକଙ୍କ ପାଇଁ ସମୂହ ରୋଷେଇ ଜାରି ରଖିବାକୁ କହିଛନ୍ତି। କେନ୍ଦ୍ରକୁ ଏହି ନିର୍ଦ୍ଦେଶରେ କୋର୍ଟ କହିଛନ୍ତି ଯେ, କରୋନା ପରିସ୍ଥିତି ନ ଟଳିବା ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟନ ସରକାର ଜାରି ରଖନ୍ତୁ ।

ୱାନ୍‌ ନେଶନ, ୱାନ୍‌ ରାସନ୍‌ କାର୍ଡ ବ୍ୟବସ୍ଥା ନାଶନଲ୍‌ ପ୍ଲାଟ୍‌ଫର୍ମ ଦ୍ୱାରା ପରିଚାଳିତ । ଏହା ଡିଜିଟାଇଜ୍‌ ରାସନ୍‌ କାର୍ଡ । ଯେଉଁଥିରେ ଉପଭୋକ୍ତାଙ୍କ ସମ୍ପୂର୍ଣ୍ଣ ତଥ୍ୟ ସାଙ୍ଗକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ୨୦୧୩ ଅନୁସାରେ ମିଳୁଥିବା ମାସିକ ଖାଦ୍ୟ ସାମଗ୍ରୀର ତଥ୍ୟ, ଉପଭୋକ୍ତା ପୂର୍ବ ମାସ ଗୁଡ଼ିକରେ ପାଇଥିବା ଖାଦ୍ୟ ସାମଗ୍ରୀର ହିସାବ ରହିଥାଏ । ଏହି ଯୋଜନା ଫଳରେ ଜଣେ ଉପଭୋକ୍ତା କାର୍ଡକୁ ଦେଖାଇ ଯେକୌଣସି ସ୍ଥାନରୁ ରାସନ୍‌ ସାମଗ୍ରୀ ଉଠାଇ ପାରିବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ପାଖାପାଖି ୮୦ କୋଟି ଲୋକ ଲାଭବାନ୍‌ ହୋଇପାରୁଛନ୍ତି ।

ସୂଚନାଯୋଗ୍ୟ, ଯେ ଏବେ ଦେଶରେ କରୋନା ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରି ଆସିଛନ୍ତି । ଫଳରେ କାର୍ଯ୍ୟସ୍ଥଳୀରେ ସେମାନେ କରିଥିବା ରାସନ୍‌ କାର୍ଡରେ ଘର ପାଖରେ ରାସନ୍‌ ପାଇପାରୁନାହାନ୍ତି । ତେଣୁ ଶ୍ରମିକଙ୍କ ଖାଦ୍ୟ ସୁରକ୍ଷା ଲାଗି ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏମ୍‌ଆର୍‌ ଶାହାଙ୍କୁ ନେଇ ଗଠିତ ବେଞ୍ଚ ଦେଶର ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ରାସନ କାର୍ଡଧାରୀ ରାସନ୍‌ ନେବା ନିୟମ ଲାଗୁ କରିଛନ୍ତି । ଏ ନେଇ ପ୍ରତ୍ୟକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଜୁଲାଇ ୩୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts