ଗୋ ରକ୍ଷକଙ୍କ ହିଂସାକୁ ରୋକିବା ଦାୟିତ୍ୱ ରାଜ୍ୟ ସରକାରଙ୍କର ; ସୁପ୍ରିମ କୋର୍ଟଙ୍କ କଡା ନିର୍ଦେଶ

Published By : Prameya-News7 Bureau | July 03, 2018 IST

ତଥା କଥିତ ଗୋ ରକ୍ଷକଙ୍କ ହିଂସାକୁ ରୋକିବା ଦାୟିତ୍ୱ ରାଜ୍ୟ ସରକାରଙ୍କର । ସୁପ୍ରିମ କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ବାଧିନ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ରାଜ୍ୟ ସରକାର ମାନେ ଆଇନ ପାଖରେ ଉତ୍ତରଦାୟୀ ଏବଂ ହିଂସା ର ପ୍ରତିରୋଧ କରିବା ସେମାନଙ୍କ ଦାୟିତ୍ବ । ଉତ୍ତ୍ୟକ୍ତ ଲୋକଙ୍କ ହିଂସା ଏକ ଆଇନ ଶୃଙ୍ଖଳା ପରିସ୍ଥିତି ବୋଲି ଦର୍ଶାଇ ଖଣ୍ଡପୀଠ ତାହାର ନିୟନ୍ତ୍ରଣ ଦାୟିତ୍ୱ ରାଜ୍ୟର ବୋଲି ସ୍ପଷ୍ଟ କରିଛନ୍ତି । କହିଛନ୍ତି, ଏନେଇ ଏକ ନିର୍ଦ୍ଦେଶ ଜାରି କରିବେ । କେହି ଆଇନ ହାତକୁ ନେଇ ପାରିବେ ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଖଣ୍ଡପୀଠ ଏହା ଗୋ ରକ୍ଷକ ବୋଲାଉଥିବା ଗୋଷ୍ଠୀଙ୍କ ଆକ୍ରମଣ ସଂପର୍କୀତ ମାମଲାରେ ଦାୟର ପିଟିସନ ଗୁଡିକ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।ଗତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ଗୋ ରକ୍ଷକଙ୍କ ହିଂସା ଓ ଦାଦାଗିରି ନେଇ କଡା ନିର୍ଦ୍ଦେଶ ଦେଇଥିଲେ । ଗୋ ରକ୍ଷକ ନାମରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯାଇପାରିବ ନାହି ବୋଲି କହି କଠୋର ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ଏପରିକି କିଛି ଘଟଣାରେ କାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାନା ସରକାରଙ୍କୁ ଜବାବ ମାଗିଥିଲେ । ଆଜି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ୍.ଖାନୱିଲକର ଏବଂ ଜଷ୍ଟିସ ଡି.ୱାଇ .ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି କଠୋର ଆକ୍ସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.