ପ୍ରାଇଭେଟ ଚାକିରୀଆଙ୍କ ବଢ଼ିଲା ପେନସନ : ସୁପ୍ରିମ କୋର୍ଟ ଦେଲେ ନିର୍ଦେଶ

Published By : Prameya-News7 Bureau | April 02, 2019 IST

ନୂଆଦିଲ୍ଲୀ ୨/୪: ସୁପ୍ରିମ କୋର୍ଟରେ ଗତକାଲି ନିଆଯାଇଥିବା ଏକ ନିଷ୍ପତ୍ତି ଫଳରେ ପ୍ରାଇଭେଟ ଚାକିରୀଆମାନଙ୍କ ଚିନ୍ତାର ଅନ୍ତ ଘଟିବ। ସୁପ୍ରିମ କୋର୍ଟ ପ୍ରାଇଭେଟ ସେକ୍ଟରର କର୍ମଚାରୀଙ୍କୁ ମିଳୁଥିବା ପେନସନକୁ ପୂରା ଦରମା ଆଧାର​‌ରେ ଦେବାକୁ ଆଦେଶ ଦେଇଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏବେ ବହୁଗୁଣ ବର୍ଦ୍ଧିତ ପେନସନ ମିଳିବ।

ଏହା ସହିତ ଚାକିରୀ ଶେଷ ୫ବର୍ଷର ଦରମାକୁ ପେନସନ୍ ଆଧାରରେ ନିର୍ଦ୍ଧାରଣ କରିବାକୁ ଯେଉଁମାନେ କୋର୍ଟରେ ଆବେଦନ କରିଥିଲେ ସେହି ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛି। କୋର୍ଟ କେରଳ ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ କରି କର୍ମଚାରୀଙ୍କ ଅବସରର ଶେଷ ବର୍ଷର ଦରମା ଆଧାରରେଳ ପେନସନ ଦେବାକୁ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନର ପ୍ରଣାଳୀ ଅନୁସାରେ କର୍ମଚାରୀ ପେନସନ୍ ଯୋଜନା (ଇପିଏସ୍) ପ୍ରକ୍ରିୟା ଦ୍ବାରା ୧୯୯୬ ମସିହା ପର୍ଯ୍ୟନ୍ତ ୬୫୦୦ ଟଙ୍କାର ଦରମା ଆଧାରରେ ତାର ୮.୩୩ ପ୍ରତିଶତ ଭାଗ ପେନସନ୍ ରୂପରେ ଦିଆଯାଉଥିଲା। ମାତ୍ର ଏବେ ସୁପ୍ରିମ କୋର୍ଟ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଦ୍ବାରା ପେନସନର ଗଣନା ସମ୍ପୂର୍ଣ୍ଣ ଦରମା (ବେସିକ୍+ ଡିଏ+ରିଟେନସନ୍ ବୋନସ) ର ଆଧାରରେ କରାଯିବ। ପେନସନର ଗଣନା ଶେଷ ଦରମା ଆଧାରରେ ହେବ। ଏହି ପ୍ରକ୍ରିୟାରେ ଯଦି କୈାଣସି କର୍ମଚାରୀର ଦରମା ମାସରେ ୫୦ ହଜାର ଟଙ୍କା ହୁଏ ତେବେ ପ୍ରତି ମାସରେ ପ୍ରାୟ ୨୫ହଜାର ଟଙ୍କା ପେନସନ୍ ରୂପରେ ମିଳିବ। ଯେବେକି ପୁରୁଣା ପ୍ରଣାଳୀ ଦ୍ବାରା ଏହି ପେନସନ୍ ମାତ୍ର ୫୧୮୦ ଟଙ୍କା ହେଉଥିଲା।

୨୦୧୪ ମସିହାରେ ଇପିଏଫ୍ଓ ଦ୍ବାରା କରାଯାଇଥିବା ସଂଶୋଧନ ପରେ କର୍ମଚାରୀଙ୍କ ପେନସନର ଗଣନା ୬୫୦୦ ବଦଳରେ ୧୫୦୦୦ ଆଧାରରେ କରିବାକୁ ମଞ୍ଜୁରି ମିଳିଯାଇଥିଲା। ଏଥିରେ ଏହା ବି ନିର୍ଧାରିତା କରିଦିଆଯାଇଛି ପେନସନର ଗଣନା କର୍ମଚାରୀଙ୍କ ଗତ ୫ବର୍ଷର ହାରାହାରି ଦରମା ଆଧାରରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.