Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଗଣ ଆକ୍ରମଣକୁ ନା : Bigstory Followup

17/07/2018 at 10:29 AM

ମବ୍ ଲିଞ୍ଚିଙ୍ଗ୍ , ବିଶୃଙ୍ଖଳ ଲୋକଙ୍କ ଦ୍ୱାରା ବର୍ବର ହତ୍ୟାକାଣ୍ଡ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟ । ଏପରି ହତ୍ୟାକାଣ୍ଡ କୁ ରୋକିବା ଲାଗି ନୂଆ ଆଇନ ଆଣିବାକୁ ପାର୍ଲାମେଣ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସାରା ଦେଶରେ ସମାଜ ରକ୍ଷା, ଗୋରକ୍ଷକ ତଥା ସନ୍ଦେହ ଏବଂ ଗୁଜବ ଆଦିକୁ ନେଇ ଘଟୁଥିବା ଏପରି ବର୍ବର ହତ୍ୟାକାଣ୍ଡ ନେଇ ଉଦବେଗ ପ୍ରକାଶ କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ପିଟି ପିଟି ହତ୍ୟା ନେଇ ଚିନ୍ତା ପ୍ରକଟ କରିବା ସହ ଏଅକାଧିକ ନିର୍ଦ୍ଦେଶ ରଖିଛନ୍ତି । ଅଦାଲତ କହିଛନ୍ତି, “କୌଣସି ନାଗରିକ ଆଇନକୁ ହାତକୁ ନେଇ ପାରିବେ ନାହିଁ । ଭୟ , ଆତଙ୍କ ଓ ଅରାଜକତା କ୍ଷେତ୍ରରେ ଦେଶ ତଥା ସରକାରଙ୍କୁ ସକରାତ୍ମକ ଢଙ୍ଗରେ ପଦକ୍ଷେପ ନେବାକୁ ହେବ ।ହିଂସାକୁ କୌଣସି ମତେ ପ୍ରଶ୍ରୟ ଦିଆଯାଇପାରିବ ନାହିଁ ।“ ବିଶୃଙ୍ଖଳିତ ଲୋକଙ୍କ ଦ୍ୱାରା ପିଟିପିଟି ହତ୍ୟା ଘଟଣାକୁ ଭୟଙ୍କର ଏବଂ ଅମଣିଷଙ୍କ ହିଂସ୍ର ଅହଂକାର ବେଲି ଦର୍ଶାଇ ତାହାକୁ ରୋକିବା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦାୟୀତ୍ୱ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ । ତୁଷାର ଗାନ୍ଧି ଓ ତେହେସିନ ପୁନୱାଲାଙ୍କ ଦ୍ବାରା ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି କୋର୍ଟ ଏପରି ରାୟ ଦେଇଥିବା ବେଳେ ଅଗଷ୍ଟ ୨୮ କୁ ପରବର୍ତ୍ତି ଶୁଣାଣି ଧାର୍ଯ୍ୟ କରିଛନ୍ତି । ଏହା ସହ ମବ୍ ଲିଞ୍ଚିଙ୍ଗ୍‌ ଘଟଣାରେ ପଦକ୍ଷେପ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts