ରାଜ୍ୟସଭା ନିର୍ବାଚନରେ ‘ନୋଟା ‘କୁ ନା କହିଛନ୍ତି ସୁପ୍ରିମକୋର୍ଟ
21/08/2018 at 1:28 AM

ରାଜ୍ୟସଭା ନିର୍ବାଚନରେ ‘ନୋଟା ‘କୁ ନା କହିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ବାଲଟ ପେପରରେ ନୋଟା ଅପସନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର,ବିଚାରପତି ଏ.ଏମ ଖାନୱିଲକର ଓ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟସଭା ନର୍ବାଚନରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। ରାଜ୍ୟସଭା ନିର୍ବାଚନ ଅପ୍ରତ୍ୟକ୍ଷ ନିର୍ବାଚନ ହୋଇଥିବାରୁ ଏହାର ନିର୍ବାଚନ ପାଇଁ ବାଲାଟ ପେପରରେ ନୋଟା ବିକଳ୍ପ ରହିବାକୁ ଅନୁମତି ଦିଆଯାଇପାରିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟସଭା ନିର୍ବାନରେ ନୋଟାକୁ ୨୦୧୪ରୁ ଲାଗୁ କରାଯାଇଥିଲା। ଗତବର୍ଷ ଗୁଜରାଟ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ଏହାକୁ ନେଇ ବିରୋଧ କରାଯାଇଥିଲା।