ଲୋକଙ୍କୁ ପିଟି ପିଟି ହତ୍ୟା କରିଥିବା ଘଟଣାକୁ ନେଇ ଗଭିର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ

Published By : Prameya-News7 Bureau | July 17, 2018 IST

ବିଭନ୍ନ ଗୁଜାବ ଏବଂ ସଂଦେହକୁ ନେଇ ଲୋକଙ୍କୁ ପିଟି ପିଟି ହତ୍ୟା କରିଥିବା ଘଟଣାକୁ ନେଇ ଗଭିର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ । ଏଇ ପରି ହତ୍ୟା ଆଉ ହିଂସାକୁ ନିୟନ୍ତ୍ରଣ କରିବା ଲାଗି ଆଇନ ଆଣିବା ଲାଗି ସର୍ବୋଚ୍ଚ ଅଦାଲତ ପାର୍ଲିଆମେଣ୍ଟକୁ ନିର୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ନାଗରିକ ମାନେ କଦାପି ଆଇନକୁ ହାତକୁ ନେଇ ପାରିବେ ନାହିଁ। ଗଣ ଉତ୍ତେଜନା ଅପରାଧକୁ ସରକାର ରୋକିବା ଜରୁରୀ । ଲୋକଙ୍କୁ ପିଟି ପିଟି ହତ୍ୟା କରିବା। ଗଣଦୋଷରୁ ହତ୍ୟାକାଣ୍ଡକୁ କୌଣସି ମତେ ପ୍ରଶ୍ରୟ ନ ଦେବା ସରକାରଙ୍କ ଦାଇତ୍ଵ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ । ଆତ୍ମଘୋଷିତ ସମାଜର ରକ୍ଷକଙ୍କ ଦ୍ଵାରା ଘଟୁଥିବା ଏଇ ହିଂସା ବିରୁଦ୍ଧରେ .. ଡ଼ାଏର ମାମଲାର ଶୁଣାଣି କରି କଣ କହିଛନ୍ତି – ଏପରି ହିଂସା ରୋକିବା ଦାଇତ୍ଵ ସରକାରଙ୍କର ଗତ ମେ ପ୍ରଥମ ସପ୍ତାହରେ ବିଭିନ୍ନ ସ୍ଥାନରେ ବାଇସ ଜଣଙ୍କୁ ଏଇ ଭଳି ପିଟି ପିଟି ମାରିଦେବାର ଅଭିଯୋଗ ହୋଇଥିଲା.. ପିଲାଚୋର ଗୁଜବ ସୋସିଆଲ ମିଡ଼ିଆରେ ଭୁଲ ଖବର ଆଦି ବିଭିନ୍ନ ଘଟଣାର ପ୍ରସାର ପ୍ରଚାର ଯୋଗୁ ଘଟିଥିଲା ଅଘଟଣ । ପ୍ରଧାନ ବିଚାରପତି ଦିପକ ମିଶ୍ର , ବିଚାରପତି ଏ କେ ଖଵିଲକର, ବିଚାରପତି ଡ଼ି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପିଠ.. ଏଇ ପରି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ । ଏଇ ପରି ଘଟଣାର ମୁକାବିଲା ନିୟନ୍ତ୍ରଣ ତଥା ପ୍ରତିରୋଧ ଦାଇତ୍ଵ କେନ୍ଦ୍ର ସରକାରଙ୍କୁ ଦର୍ଶାଇଛନ୍ତି। ତୁରନ୍ତ ତାର ମୁକାବିଲା ଲାଗି ଆଇନ ଆଣିବାକୁ କହିଛନ୍ତି ତିନି ଜଣିଆ ଖଣ୍ଡପିଠ..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.