Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କାଉଡ଼ିଆ ଯାତ୍ରାକୁ କାହିଁକି ଦେଲ ଅନୁମତି ? ଉତ୍ତରପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

14/07/2021 at 5:52 PM

ନୂଆଦିଲ୍ଳୀ ୧୪/୭: ଶ୍ରାବଣ ମାସର ସମସ୍ତ ସୋମବାରରେ  ଶିବ ମନ୍ଦିରରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳେ। କିନ୍ତୁ କରୋନା ମହାମାରୀ ପାଇଁ ଗତବର୍ଷ ଭଳି ଏବର୍ଷ ବୋଲବମ୍‌ ଯାତ୍ରା ଉପରେ ଓଡ଼ିଶା ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ରୋକ ଲଗାଇଛନ୍ତି। ସେପଟେ କରୋନା ସଂକଟ ସମୟରେ କାଉଡ଼ିଆ ଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉତ୍ତରପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଦିଆଯାଇଛି।

ସରକାର କେମିତି କାଉଡ଼ିଆ ଯାତ୍ରାକୁ ଅନୁମତି ଦେଲେ ସେନେଇ ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ମାମଲାରେ​‌ କୋର୍ଟ ଶୁକ୍ରବାର ଦିନ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଜଷ୍ଟିସ୍‌ ଆର.ଏଫ୍‌ ନରୀମନଙ୍କ ଖଣ୍ଡପୀଠ ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରି କେନ୍ଦ୍ର ଏବଂ ୟୁପି ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାର କାଉଡିଆ ଯାତ୍ରା ଉପରେ ରୋକ ଲଗାଇଥିବା​‌ ବେଳେ ଉତ୍ତରପ୍ରଦେଶ ସରକାର ଅନୁମିତି ଦେବା ଖବର ବିଚଳିତ କରିଛି ବୋଲି ଜଷ୍ଟିସ୍‌ ନରୀମନ କହିଛନ୍ତି।

୨୫ ଜୁଲାଇରୁ କାଉଡିଆ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏହି ମାମଲା ଉପରେ ଶୁଣାଣି ଖୁବଶୀଘ୍ର ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, କରୋନା ସଙ୍କଟ ମଧ୍ୟରେ ଉତ୍ତରାଖଣ୍ଡ ସରକାର କାଉଡିଆ ଯାତ୍ରା ଉପରେ ରୋକ ଲାଗଇଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ସରକାର କିଛି କଟକଣା ସହ କାଉଡ଼ିଆ ଯାତ୍ରାକୁ ଅନୁମତି ଦେଇଛନ୍ତି।

ବହୁ ବିଚାର ବମର୍ଶ ପରେ ଶେଷରେ ଉତ୍ତରାଖଣ୍ଡ ସରକାର ଲଗାତାର ଦ୍ବିତୀୟ ଥର ପାଇଁ ଏହି ଯାତ୍ରା ବନ୍ଦ କରାଇଛନ୍ତି। ଯାତ୍ର ଅପେକ୍ଷା ଜୀବନ ମୂଲ୍ୟବାନ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ।  

   Related Posts