ମହାରାଷ୍ଟ୍ର ବାଚସ୍ପତିଙ୍କୁ ଝଟ୍‌କା : ବିଜେପି ବିଧାୟକଙ୍କ ନିଲମ୍ବନ ଅସାମ୍ବିଧାନିକ-ସୁପ୍ରିମକୋର୍ଟ

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ ୨୮।୦୧: ମହାରାଷ୍ଟ୍ରରେ ୧୨ ବିଜେପି ବିଧାୟକଙ୍କୁ ନିଲମ୍ବନ ଘଟଣା । ବିଧାୟକଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏଭଳି କାର୍ଯ୍ୟାନୁଷ୍ଠାନକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ । ଗୋଟିଏ ବର୍ଷ ଲେଖାଏଁ ନିଲମ୍ବିତ ହୋଇଥିଲେ ୧୨ ବିଧାୟକ ।

ଖବର ଅନୁଯାୟୀ , ଗତ ବର୍ଷ ଜୁଲାଇ ୫ରେ ମହାରାଷ୍ଟ୍ରର ବିଧାନସଭାର ବାଚସ୍ପତି ଗୋଟିଏ ବର୍ଷ ଲାଗି ୧୨ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଥିଲେ । ମାର୍ସାଲଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ସମସ୍ତଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଜେପି ସୁପ୍ରିମକୋର୍ଟ ଯାଇଥିଲା । ମଙ୍ଗଳବାର ଦିନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ସଂରକ୍ଷିତ ଥିବା ରାୟକୁ ଶୁକ୍ରବାର ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସମସ୍ତ ୧୨ ବିଧାୟକଙ୍କ ନିଲମ୍ବିତକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ ।

ତେବେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ବିଚାରପତି କହିଥିଲେ ଯେ, ଏଭଳି କାର୍ଯ୍ୟାନୁଷ୍ଠାନକୁ ଅସାମ୍ବିଧାନିକ । ଏହା ଗଣତନ୍ତ୍ର ପାଇଁ ଠିକ୍‌ ନୁହେଁ । କାର୍ଯ୍ୟାନୁଷ୍ଠାନ ଅତେ ବି ବଡ଼ ହେବା ଅନୁଚିତ ବୋଲି ଶୁଣାଣି ବେଳେ ମାନ୍ୟବର ସୁପ୍ରିମକୋର୍ଟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.