Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ରାଜ୍ୟପାଳଙ୍କ ଶକ୍ତି ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରଙ୍କୁ ବିସ୍ଥାପିତ କରିବାକୁ ଉଦ୍ଦିଷ୍ଟ ନୁହେଁ: ସୁପ୍ରିମକୋର୍ଟ

14/04/2020 at 4:11 PM

ନୂଆଦିଲ୍ଲୀ ୧୪।୦୪: ସୁପ୍ରିମକୋର୍ଟ ନିଜ ରାୟରେ ମଧ୍ୟ ପ୍ରଦେଶ ରାଜ୍ୟପାଳଙ୍କ ସେହି ଆଦେଶକୁ ବଳବତ୍ତର ରଖିଛନ୍ତି, ଯିଏ ବିଧାନସଭାରେ ଅଧିବେଶନ ଚାଲିଥିବା ବେଳେ ବହୁମତ ସାବ୍ୟସ୍ତ କରିବାକୁ ସରକାରଙ୍କୁ ଆଦେଶ ଦେଇଥିଲେ। ଏହା ସହିତ ସର୍ବୋଚ୍ଚ ଅଦାଲତ ରାଜ୍ୟପାଳଙ୍କ ଶକ୍ତିର ପରିଧି ଓ ସୀମା ବିଷୟରେ କିଛି ମହତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି।

ରାଜ୍ୟପାଳଙ୍କ ଅଧିକାର ରାଜନୀତି ହିତ ପାଇଁ ବ୍ୟବହାର କରାଯିବାକୁ ଉଦ୍ଦିଷ୍ଟ ନୁହଁ, ଯାହା ସେହି ଦିନ ଚୟନ ହୋଇଥିବା ସରକାରଙ୍କୁ ରାଜନୈତିକ ବିରୋଧୀ ମାନିଥାଏ। କୋର୍ଟ କହିଛନ୍ତି ଯେ, ରାଜ୍ୟପାଳଙ୍କ ଶକ୍ତି ବିଧାୟୀ ବିଧାନସଭା ପାଇଁ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରଙ୍କୁ ଅସ୍ଥିର କରିବା କିମ୍ବା ବିସ୍ଥାପିତ କରିବା ଉଦ୍ଦିଷ୍ଟ ନୁହଁ। ଜଣେ ରାଜ୍ୟପାଳ, ରାଷ୍ଟ୍ରପତି ଭାବେ ନିଯୁକ୍ତି ବ୍ୟକ୍ତି  ରାଜନୈତିକ ବିଚାରଧାରା କିମ୍ବା ରାଜନୈତିକ ଦୃଷ୍ଟିକୋଣର ପ୍ରତିନିଧିତ୍ଵ କରିନଥାନ୍ତି। ଗୋଟିଏ ରାଜନୈତିକ ପାର୍ଟିର ହିତ ପାଇଁ ନିଜ ଅଧିକାରର ପ୍ରୟୋଗ କରିବା ଉଚିତ୍ ନୁହଁ।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳଙ୍କୁ ବହୁମତ ପରୀକ୍ଷା କରିବା ପାଇଁ ଆଦେଶ ଦେବା ଶକ୍ତିରୁ  ବଞ୍ଚିତ କରାଯିବା ଉଚିତ୍ ନୁହଁ। ତାଙ୍କୁ ଏକ ଉପଲବ୍ଧ ସାମଗ୍ରୀ ରୂପେ ଦେଖାଯିବା ଉଚିତ୍ ନୁହଁ। ସରକାରଙ୍କ ମନ ମୁତାବକ ଆଦେଶ ଦେବା ରାଜ୍ୟପାଳଙ୍କ କାମ ନୁହଁ। ପୀଠ କହିଛନ୍ତି  ଅନସ୍ଥା ପ୍ରସ୍ତାବ ପାଇଁ ଗୃହରେ ଅଧିବେଶନ ଡକାଇବା ରାଜ୍ୟପାଳଙ୍କ ଅଧିକାର ପରିସରଭୁକ୍ତ। ସେ ଏହାକୁ ନିରପେକ୍ଷ ଭାବେ ପାଳନ କରିବା ଉଚିତ୍। ଏମିତି ସ୍ଥିତିରେ ରାଜ୍ୟପାଳଙ୍କୁ ସମସ୍ତ ରାଜନୈତିକ ପାର୍ଟି ଉର୍ଦ୍ଧ୍ଵରେ ରହି ବିବେକ ଅନୁଯାୟୀ କାମ କରିବା ଉଚିତ୍।

ଏହି ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବା ସମୟରେ ଏହା ଆବଶ୍ୟକ ଯେ, ରାଜ୍ୟପାଳ ବହୁମତ ପରୀକ୍ଷଣ ପାଇଁ ଆଦେଶ ଦେବାର ଉଦ୍ଦେଶ୍ୟ ଏକ ନିର୍ବାଚିତ ସରକାରଙ୍କୁ  ବିସ୍ତାପିତ କରିବା ନୁହଁ। ସଂପ୍ରତି ରାଜନୈତିକ ସ୍ଥିତିକୁ ସମୀକ୍ଷା କରି ରାଜ୍ୟରେ ଏକ ସ୍ଥାୟୀ ସରକାର ଗଠନ ଦିଗରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ରାଜ୍ୟପାଳଙ୍କୁ ରାଜନୈତିକ ସଙ୍କଟ ଉପୁଜିଲେ ସ୍ଥିତିକୁ ଦୃଷ୍ଟିରେ ରଖି ନିଜ ଶକ୍ତିର ଉପଯୋଗ କରିବା ଉଚିତ୍। ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ଓ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ସମ୍ବନ୍ଧରେ ମହତ୍ଵପୁର୍ଣ୍ଣ ଟିପ୍ପଣୀ କରିଛନ୍ତି।

ରାଜ୍ୟପାଳ ଏକ ସାମ୍ବିଧାନିକ ରାଜନେତା ଭୂମିକା ନିର୍ବାହ କରିବେ ବୋଲି କୋର୍ଟ ଆଶା ପୋଷଣ କରିଛନ୍ତି। ରାଜ୍ୟପାଳ ରାଜ୍ୟରେ ରାଷ୍ଟ୍ରପତିଙ୍କ ପ୍ରତିନିଧିତ୍ଵ କରିଥାନ୍ତି। ରାଜ୍ୟପାଳଙ୍କୁ ସାମ୍ବିଧାନିକ ରାଜନେତାର ଭୂମିକା ନିର୍ବାହନ କରିବେ ବୋଲି ଆଶା ରଖୁଛୁ। ରାଜ୍ୟପାଳଙ୍କ ଅଧିକାର କୌଣସି ରାଜନେତାଙ୍କ ବିବାଦରେ ସହାୟତା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ନୁହଁ, ଯାହା ସେହି ଦିନ ଚୟନ ହୋଇଥିବା ସରକାରଙ୍କୁ ବିରୋଧୀ ମାନିଥାଏ।

   Related Posts