ପ୍ରତିବନ୍ଧ ହଟାଇଲେ ସୁପ୍ରିମକୋର୍ଟ, ଏହି ରାଜ୍ୟରେ ପୁଣି ଥରେ ବାଜିବ ଡିଜେ

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫/୭: ଉତ୍ତରପ୍ରଦେଶରେ ଡିଜେ ସାଉଣ୍ଡ ଉପରେ ଲାଗିଥିବା ପ୍ରତିବନ୍ଧ ଉଠାଇଛନ୍ତି ସୁପ୍ରିମକୋର୍ଟ। ରାଜ୍ୟରେ ଡିଜେ ଉପରେ ବ୍ୟାନ୍‌ ଲଗାଇଥିଲେ ଆହ୍ଲାବାଦ ହାଇକୋର୍ଟ। ତଳ କୋର୍ଟର ରାୟକୁ ଖଣ୍ଡନ କରିବା ସହ ଡିଜେ ସଂଚାଳକ ସଂଘକୁ ଆଶ୍ବସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହା ସହ ଧ୍ବନୀ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ମାପଦଣ୍ଡକୁ ଧ୍ୟାନରେ ରଖି ରାଜ୍ୟରେ ଡି​‌ଜେ ବାଜିପାରିବ ।

ହାଇକୋର୍ଟଙ୍କ ରାୟକୁ ସମ୍ପୂର୍ଣ୍ଣ ବଦଳାଇବା ସହ ଲାଇସେନ୍ସ ଥିବା ଡିଜେ ହିଁ ବାଜିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ମାମଲାରେ ଉତ୍ତରପ୍ରଦେଶ ସରକାର ୪ ଜାନୁଆରୀ ୨୦୧୮ରେ କୋର୍ଟଙ୍କ ନିର୍ଦେଶ ଦାଖଲ କରିଥିଲେ। ଏଥିରେ ଶିଳ୍ପାଞ୍ଚଳରେ ଡିଜେ ସାଉଣ୍ଡକୁ ନେଇ କିଛି ଗୁରୁତ୍ବପୂଣ୍ଣ ନିର୍ଦେଶ ଥିଲା ।

ଡିଜେ ମାଲିକମାନଙ୍କୁ ଅକ୍ଟୋବର ୨୦୧୯ରେ ସାମନ୍ୟ ଆଶ୍ବସ୍ତି ମିଳିଥିଲା। ଡିଜେ ଚଲାଉଥିବା ଲୋକେ ବିବାହ, ଜନ୍ମଦିନ ଆଦି ଉତ୍ସବରେ ସେବା ପ୍ରଦାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ବୋଲି ଓକିଲ କୋର୍ଟରେ କହିଥିଲେ। ଏହା ସହ ହାଇକୋର୍ଟଙ୍କ ରାୟ ଡିଜେ ବ୍ୟବସାୟ ସହ ଜଡ଼ିତ ଲୋକଙ୍କ ମାନଙ୍କ ମୌଳିକ ଅଧିକାରୀ ଉଲ୍ଲଂଘନ ବୋଲି ମଧ୍ୟ ସୁପ୍ରିମକୋର୍ଟରେ କୁହାଯାଇଥିଲା। ସମସ୍ତ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶରେ ଡିଜେ ବାଜିପାରିବ ବୋଲି ରାୟ ପ୍ରକାଶ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.