ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀଙ୍କ ବଡ ବୟାନ : ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ବଦନାମ କରିବା ପାଇଁ ତାଙ୍କୁ ଦିଆଯାଇଥିଲା ଅଫର

Published By : Prameya-News7 Bureau | April 21, 2019 IST

ନୂଆଦିଲ୍ଲୀ ୨୧/୪ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ଗତକାଲି, ଶନିବାର ଦିନ ହୋଇଥିଲା | ବିଚାରପତି ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ | ଏହି ମାମଲାରେ ସୁପ୍ରିମକୋର୍ଟର ଜଣେ ଓକିଲ ବଡ ବୟାନ ଦେଇଛନ୍ତି | ସେ ଦାବି କରି କହିଛନ୍ତି ଯେ, ସିଜେଆଇଙ୍କୁ ବଦନାମ କରିବା ପାଇଁ ତାଙ୍କ ପାଖକୁ ମଧ୍ୟ କିଛି ଲୋକ ଆସିଥିଲେ | ସେମାନେ ଓକିଲଙ୍କୁ ଲାଞ୍ଚ ଦେବା ପାଇଁ ଚେଷ୍ଟା କରିଥିଲେ |


ସୁପ୍ରିମକୋର୍ଟ ଓକିଲ ଉତ୍ସବ ବେନ୍ସ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏନେଇ ପୋଷ୍ଟ କରିଥିଲେ | ସେ କହିଥିଲେ ଯେ, ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ଏକ ଜବରଦସ୍ତ କାହାଣୀ ଗଢିବାକୁ ତାଙ୍କୁ ଅଫର ଦିଆଯାଇଥିଲା | କାହାଣୀ ଏମିତି ହେବ ଦରକାର ଯେଭଳି ସିଜେଆଇ ନିଜେ ନିଜ ପଦବୀରୁ ଇସ୍ତଫା ଦେଇଦେବେ |
ସେ କହିଛନ୍ତି ଯେ, ଫିକ୍ସରଙ୍କ ଅଫରକୁ ଅସ୍ବୀକାର କରିବା ପରେ ସେ ଗୋଗୋଇଙ୍କୁ ପୁରା ଘଟଣା ସମ୍ପର୍କରେ କହିବାକୁ ଚେଷ୍ଟା କରିଥିଲେ | ସେଥିପାଇଁ ସେ ଗୋଗୋଇଙ୍କ ବାସଭବନକୁ ମଧ୍ୟ ଯାଇଥିଲେ କିନ୍ତୁ ସେତେବେଳେ ସେ ଘରେ ଉପସ୍ଥିତ ନଥିଲେ |

{"id":105692,"width":574,"height":323}


ଗତକାଲି ସୁପ୍ରିମକୋର୍ଟରେ ହୋଇଥିବା ସ୍ୱତନ୍ତ୍ର ଶୁଣାଣି ବେଳେ ଗୋଗୋଇ କହିଥିଲେ ଯେ, ମହିଳାଙ୍କ ଅଭିଯୋଗ ଅବିଶ୍ୱାସନୀୟ | କାର୍ଯ୍ୟାଳୟକୁ ନିଷ୍କ୍ରିୟ କରିବା ପାଇଁ ଷଡଯନ୍ତ୍ର ରଚା ଯାଇଛି ବୋଲି ସେ କହିଥିଲେ | କାରଣ ଆଗକୁ ସୁପ୍ରିମକୋର୍ଟ କିଛି ବଡ ବଡ ମାମଲାର ଶୁଣାଣି ହେବାକୁ ଅଛି |


ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିବା ମହିଳାଙ୍କ ଅଭିଯୋଗ ପତ୍ରର କପି ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କ ଆବାସକୁ ପଠାଯାଇଥିଲା | ଶନିବାର ଦିନ ମାମଲା ସାର୍ବଜନିକ ହେବାପରେ ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇଥିଲା | ମହିଳା ଯୌନ ଉତ୍ପୀଡ଼ନ ମାମଲାର ୨ଟି ଅଭିଯୋଗ କରିଥିଲେ |

{"id":105693}


ଗୋଗୋଇ କହିଥିଲେ ଯେ, ଏହି ଷଡଯନ୍ତ୍ର ପଛରେ କୌଣସି ବଡ ଲୋକର ହାତ ଅଛି | ଗୋଗୋଇଙ୍କ ଏହି ବୟାନ ପରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏହି ଷଡଯନ୍ତ୍ରର ପର୍ଦାଫାଶ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.