ନିର୍ବାଚନ ମୈଦାନରେ ଉଚ୍ଚଶିକ୍ଷିତ, ସୁପ୍ରିମକୋର୍ଟ ଆଇନ୍‌ଜୀବୀ ଏବେ ସମିତି ସଭ୍ୟ ପ୍ରାର୍ଥୀ

Published By : Prameya-News7 Bureau | January 27, 2022 IST

ଜଗତସିଂହପୁର, ୨୭/୦୧: ପଂଚାୟତ ନିର୍ବାଚନକୁ ନେଇ ଜଗତସିଂହପୁରର ଗାଁ ଗଣ୍ଡାରେ ସରଗରମ ହେବାରେ ଲାଗିଲାଣି ରାଜନୀତି । ପ୍ରାର୍ଥୀମାନଙ୍କୁ ସେମାନଙ୍କର ନିର୍ବାଚନୀ ଚିହ୍ନ ମିଳିବା ପରେ ଘରକୁ ଘର ବୁଲି ନିଜ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଚଳିତ ନିର୍ବାଚନରେ ବିଭିନ୍ନ ସ୍ଥାନରୁ ଉଚ୍ଚଶିକ୍ଷିତ ପ୍ରାର୍ଥୀ ନିର୍ବାଚନ ଲଢୁ ଥିବାରୁ ସେ ସବୁ ସ୍ଥାନରେ ଭୋଟରଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି । ସେହିପରି ଜିଲ୍ଲାର ବାଲିକୁଦା ବ୍ଲକ ଅଳାଭର ପଂଚାୟତରେ ସମିତି ସଭ୍ୟ ନିମନ୍ତେ ନିର୍ବାଚନରେ ଅଵତିନ୍ନ ହୋଇଛନ୍ତି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ତଥା ସୁପ୍ରିମକୋର୍ଟର ଆଇନଜୀବି ଡ଼ଃ ସୁଶାନ୍ତ କୁମାର କାନୁନଗୋ ।

ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ପିଏଚଡି ହାସଲ କରିଥିବା ଶ୍ରୀ କାନୁନଗୋ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ସହିତ ନିଜ ଅଞ୍ଚଳରେ ଅନେକ ଗୁଡିଏ ସମସ୍ୟା ରହିଥିବା ବେଳେ ଏହାର ସମାଧାନ କରିବା ନିମନ୍ତେ ସେ ନିର୍ବାଚନକୁ ଓହ୍ଲାଇ ଥିବା କହିଛନ୍ତି । ସେହିପରି ସ୍ଥାନୀୟ ପଞ୍ଚାୟତବାସୀ ମଧ୍ୟ ଏଥର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ପ୍ରାର୍ଥୀ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ଓ ଶିକ୍ଷିତ ବ୍ୟକ୍ତିମାନଙ୍କୁ ନିର୍ବାଚିତ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.