Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଗତ ପିଟିସନ ଶୁଣାଣିରୁ ନିଜକୁ ପୃଥକ କଲେ ସୁପ୍ରିମକୋର୍ଟ ବିଚାରପତି ୟୁ.ୟୁ.ଲଲିତ

16/11/2020 at 5:33 PM

ନୂଆଦିଲ୍ଲୀ ୧୬।୧୧: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ୟୁ.ୟୁ.ଲଲିତ ସୋମବାର ନିଜକୁ ଆନ୍ଧ୍ରମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଗତ ପିଟିସନ ଶୁଣାଣି କରୁଥିବା ଖଣ୍ଡପୀଠରୁ ପୃଥକ କରିନେଇଛନ୍ତି। ସେ କହିଛନ୍ତି ଯେ ଜଣେ ଓକିଲ ଭାବେ ପକ୍ଷଙ୍କ ଲାଗି କୋର୍ଟରେ ମୋକଦ୍ଦମା ପରିଚାଳନା କରିଆସିଛନ୍ତି। ଏଣୁ ମାମଲାର ଶୁଣାଣି ଏପରି ଖଣ୍ଡପୀଠରେ ହେଉ ଯେଉଁଥିରେ ଜଷ୍ଟିସ୍ ୟୁ.ୟୁ. ଲଲିତ ନଥିବେ।

ଜଷ୍ଟିସ୍ ଲଲିତ, ଜଷ୍ଟିସ୍ ବିନିତ ସରଣ ଓ ଜଷ୍ଟିସ୍ ଏସ. ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ତିନୋଟି ପିଟିସନ ଉପରେ ଶୁଣାଣି କରିବାର ଥିଲା। ଯେଉଁଥିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନ୍ୟାୟପାଳିକା ବିରୋଧରେ ଅଭିଯୋଗ କରି ନା କେବଳ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍.ଏ.ବୋବଡେଙ୍କୁ ପତ୍ର ଲେଖି ଥିଲେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଚାର ବିଭାଗ ବିରୋଧରେ ମିଥ୍ୟା ବୟାନ ମଧ୍ୟ ଦେଇଥିବା ଅଭିଯୋଗ ରହିଛି।

ଗତ ଅକ୍ଟୋବର ୬ ତାରିଖ ଦିନ ଜଗନମୋହନ ଭାରତର ମୁଖ୍ୟ ବିଚାରପତି ଏସ୍.ଏ.ବୋବଡେଙ୍କୁ ଏହି ପତ୍ର ଲେଖିଥିଲେ। ଯେଉଁଥିରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ତାଙ୍କ ସରକାରଙ୍କୁ ଅସ୍ଥିର କରିବା ଲାଗି ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ବ୍ୟବହାର କରାଯାଉଥିବାର ସେ ଅଭିଯୋଗ କରିଥିଲେ। ଏହା ବିରୋଧରେ ଓକିଲ ଜି.ଏସ୍.ମଣି, ଓକିଲ ସୁନୀଲ କୁମାର ସିଂହ ଓ ଆଣ୍ଟି କରପସନ କାଉନସିଲ ଅଫ ଇଣ୍ଡିଆ ଟ୍ରଷ୍ଟ ସୁପ୍ରିମକୋର୍ଟରେ ୩ଟି ପୃଥକପୃଥକ ପିଟିସନ ଦାଖଲ କରିବା ସହ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ଜାରି କରିବାକୁ ନିବେଦନ କରିଥିଲେ।

ସୁପ୍ରିମକୋର୍ଟଙ୍କ ବରିଷ୍ଠ ବିଚାରପତି ଜଷ୍ଟିସ୍‌  ଏନ.ଭି.ରମ୍ମନ୍ନାଙ୍କ ବିରୋଧରେ ଜଗନ ମୁଖ୍ୟ ବିଚାରପତି ଏସ.ଏ.ବୋବଡେଙ୍କୁ ପତ୍ର ଲେଖି ଚାଞ୍ଚଲ୍ୟକର ଅଭିଯୋଗ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ତେଲେଙ୍ଗାନାର ଏକ ସ୍ୱତନ୍ତ୍ର କୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଏକ ଅପରାଧିକ ମୋକଦ୍ଦମାରେ ହସ୍ତକ୍ଷେପ କରିବାକୁ ରମନ୍ନା ଉଦ୍ୟମ କରୁଛନ୍ତି। ଜଗନଙ୍କ ଏଭଳି ଅଭିଯୋଗକୁ ବିରୋଧ କରି ୨ ଓକିଲ ଏବଂ ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଛନ୍ତି। ଯାହାକୁ କୋର୍ଟ ଶୁଣାଣି ଲାଗି ଗ୍ରହଣ କରିଛନ୍ତି।

   Related Posts