'କରୋନା ଭାଇରସର ମୁକାବିଲା କରିବା ସରକାରଙ୍କ କାମ, କୋର୍ଟ ହସ୍ତକ୍ଷେପ କରିବା ଅନୁଚିତ'- ପ୍ରଧାନ ବିଚାରପତି

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ, ୨୬|୦୪:   ଭାରତ ଏବେ ମହାମାରୀ କରୋନା ଭାଇରସର ମୁକାବିଲା କରୁଛି । ସରକାର ଏହି ଭାଇରର ସଂକ୍ରମମ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦେଶକୁ ମେ ୪ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରାଯାଇଛି । ଏହା ମଧ୍ୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ ଏକ ବଡ ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ, କୌଣସି ମହାମାରୀର ମୁକାବିଲା କରିବା ହେଉଛି ସରକାରଙ୍କ କାମ । କାରଣ ସରକାରଙ୍କ ପାଖରେ ଅର୍ଥ, କାମ କରିବା ପାଇଁ ଲୋକ ଓ ଜରୁରୀ ସାମଗ୍ରୀ ରହିଛି । ଏହି ସମୟରେ ସରକାରଙ୍କ କାମରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ ନୁହେଁ ।

{"id":260627,"width":688,"height":429,"sizeSlug":"large"}

ଜଷ୍ଟିସ ବୋବଡେଙ୍କ ବୟାନ ଏଥିପାଇଁ ସାମ୍ନାକୁ ଆସିଛି କାରଣ ସୁପ୍ରିମକୋର୍ଟ ଉପରେ ଜନସ୍ବାର୍ଥ ମାମଲାର ଶୁଣାଣି କରୁନଥିବା ଅଭିଯୋଗ ଆସିଥିଲା ।ଏପରିକି ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେଉନଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଗତକିଛି ଦିନ ମଧ୍ୟରେ କରୋନା ଭାଇରସକୁ ନେଇ ସୁପ୍ରିମକୋର୍ଟରେ ଅନେକ ଆବେଦନ ହୋଇଛି । ଯେଉଁଥିରେ ମାଗଣା କରୋନା ଟେଷ୍ଟିଂ, ଶ୍ରମିକଙ୍କ ପାଇଁ ଆର୍ଥିକ ସହାୟତା ଓ ରାସ୍ତାରେ ଫସିଥିବା ଶ୍ରମିକଙ୍କ ରହିବା ଓ ଭୋଜନା ବ୍ୟବସ୍ଥା ରହିଛି । କିନ୍ତୁ ସୁପ୍ରିମକୋର୍ଟ କୌଣସି ମାମଲାରେ ସରକାରଙ୍କୁ ନିର୍ଦ୍ଦେଶ ଦେଇନାହାଁନ୍ତି । କୋର୍ଟଙ୍କ ଏହି ଆଭିମୁଖ୍ୟକୁ ନେଇ ସୋସିଆଲ ମିଡିଆରେ ଅନେକ ବିତର୍କ ଚାଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.