Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

‘ବିନା ସାର୍ଟରେ ଓକିଲାତିକୁ କ୍ଷମା କରାଯାଇ ପାରିବ ନାହିଁ’, ଭିଡିଓ କନଫରେନ୍ସିଂ ଶୁଣାଣି ବେଳେ ଓକିଲଙ୍କ ଆଚରଣରେ କ୍ଷୁବ୍ଧ ସର୍ବୋଚ୍ଚ ଅଦାଲତ, କହିଲେ ଏମିତି …

27/10/2020 at 4:26 PM

ନୂଆଦିଲ୍ଲୀ ୨୭।୧୦: ବହୁ ଚର୍ଚ୍ଚିତ ସୁଦର୍ଶନ ଟିଭି କେସ୍‌ରେ ମଙ୍ଗଳବାର ଭିଡିଓ କନଫରେନ୍ସିଂରେ ଶୁଣାଣି ବେଳେ ଜଣେ ଆଡଭୋକେଟ୍ ବିନା ପୋଷାକରେ ଖାଲି ଦେହରେ କ୍ୟାମେରା ସାମ୍ନାରେ ବସି ପଡିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଆଚମ୍ବିତ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନଲାଇନ୍‌ ଶୁଣାଣି ବେଳେ ଜଣେ ବରିଷ୍ଠ ଓକିଲ ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଜଣେ ଗଞ୍ଜି ପିନ୍ଧି ଶୁଣାଣିରେ ସାମିଲ ହୋଇଥିଲେ।

ସୂଚନା ଅନୁଯାୟୀ, ଖଣ୍ଡପୀଠର ନେତୃତ୍ଵ ନେଇଥିବା ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ପ୍ରଶ୍ନ କରିଛନ୍ତି ଯେ, ଶୁଣାଣି ସମୟରେ କିଏ ଜଜ ଥିଲେ। ହେଲେ କେହି ଉତ୍ତର ଦେଇନଥିଲେ। ଆଡଭୋକେଟ୍‌ଙ୍କ ଏହି ପରି ବ୍ୟବହାର ନେଇ ଚନ୍ଦ୍ରଚୂଡ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୀଠର ଅନ୍ୟ  ଜଜ ଇନ୍ଦୁ ମାଲହୋତ୍ରା ମଧ୍ୟ ଏହି ଧରଣର ବ୍ୟବହାର ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହିତ ଏହା କ୍ଷମାଯୋଗ୍ୟ ନୁହେଁ ବୋଲି କହିଛନ୍ତି।

ସଂପ୍ରତି କରୋନା ମହାମାରୀ କାରଣରୁ ସୁପ୍ରିମକୋର୍ଟ ଅନଲାଇନ୍‌ରେ ମାମଲାର ଶୁଣାଣି କରୁଛନ୍ତି। ହେଲେ ଶୁଣାଣି ବେଳେ ଓକିଲଙ୍କ ଏମିତି ବ୍ୟବହାର ପ୍ରଥମ ଘଟଣା ନୁହେଁ। ବରିଷ୍ଠ ଆଡଭୋକେଟ୍ ରାଜୀବ ଧାଓ୍ଵନଙ୍କୁ ମଧ୍ୟ ଶୁଣାଣି ବେଳେ ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଥିଲା।

ରାଜସ୍ଥାନ ହାଇକୋର୍ଟରେ ଏକ ଜାମିନର ଶୁଣାଣି ବେଳେ ଜଣେ ଓକିଲ କେବଳ ଗଞ୍ଜି ପିନ୍ଧି ଏଥିରେ ସାମିଲ ହୋଇଥିଲେ। ଏହାକୁ ନେଇ ଜଜ କ୍ଷୁବ୍ଧ ମଧ୍ୟ ହୋଇଥିଲେ। ମହାମାରୀ ସମୟରେ ଅଦାଲତୀ କାର୍ଯ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଛି। ଶୁଣାଣି ବେଳେ ଓକିଲ ୟୁନିଫର୍ମରେ ସାମିଲ ହେବେ ବୋଲି ମଧ୍ୟ କୁହାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଯଦି ଆବେଦନକାରୀଙ୍କ ଓକିଲ ଶୁଣାଣି ସମୟରେ ୟୁନିଫର୍ମରେ ନଥିବେ ତେବେ ଏହାକୁ ସ୍ଥଗିତ କରାଯାଏ ବୋଲି କୋର୍ଟ କହିଛନ୍ତି। ଆଡଭୋକେଟ୍ ଆକ୍ଟ ଆଧାରରେ ଓକିଲ ନିର୍ଦ୍ଧାରିତ ପୋଷାକ ପିନ୍ଧି ଶୁଣାଣିରେ ସାମିଲ ହେବେ।ଉଲ୍ଲେଖନୀୟ ଗୁଜରାଟ ଉଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ ସିଗାରେଟ୍ ଟାଣୁଥିବା ଅପରାଧରେ  ଜଣେ ଓକିଲଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ।

   Related Posts