ସୁପ୍ରିମକୋର୍ଟରେ CAA ମାମଲା : ସ୍ଥଗିତାଦେଶ ଦେଲେନି କୋର୍ଟ, ୨୨ରେ ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ ୧୮।୧୨: ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ ବିବାଦ । ତେବେ ଆବଦନକାରୀଙ୍କୁ ମିଳିନି ତତ୍‌କାଳ ଆଶ୍ବସ୍ତି । ନାଗରିକତା ଆଇନ ଉପରେ ସ୍ଥଗିତାଦେଶକୁ ସୁପ୍ରିମକୋର୍ଟଙ୍କ ନା କହିଛନ୍ତି  । କିନ୍ତୁ ଏ ସଂପର୍କରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟଙ୍କ ନୋଟିସ ଜାରି କରିଛନ୍ତି ।

{"id":150125,"sizeSlug":"large"}

ବିବାଦୀୟ ନାଗରିକତା ସଂଶୋଧନ ଆଇନକୁ ଚାଲେଞ୍ଜ୍  କରି ଦାଏର କରାଯାଇଥିବା ୫୯ଟି ପିଟିସନ ଉପରେ ବୁଧବାର ସୁପ୍ରିମ୍‌କୋର୍ଟ ପ୍ରଥମ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ନୂଆ ଆଇନ ସମ୍ବିଧାନକୁ ଉଲ୍ଲଂଘନ କରୁଛି ବୋଲି ହୋଇଥିବା ଅଭିଯୋଗର ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍  ଜାରି କରିଛନ୍ତି। ଜାନୁଆରି ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହାର ଜବାବ ଦଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟ ସମୟ ଦେଇଛନ୍ତି। ଆଟର୍ଣ୍ଣି ଜେନେରାଲ୍  କେ. କେ. ବେଣୁଗୋପାଳଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ୍‌କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରି ୨୨ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

      ସଂଶୋଧିତ ନାଗିରକତା ଆଇନକୁ ବିରୋଧ କରି ମୋଟ ୫୯ଟି ପିଟିସନ୍  ଦାଖଲ ହୋଇଥିଲା । କଂଗ୍ରେସ ନେତା ଜୟରାମ ରମେଶ, AIMIM, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ପ୍ରମୁଖ ଏହି ମାମଲା ଦାୟର କରିଛନ୍ତି ।ଏପରିକ ଏନଡିଏର ସହଯୋଗ ଆସାମ ଗଣପରିଷଦ ମଧ୍ୟ ବିଲ୍ ବିରୋଧରେ ସର୍ବୋଚ୍ଚ କୋର୍ଟକୁ ଆସିଛି । ପ୍ରଧାନ ବିଚାରପତି ଏସ୍ . ଏ. ବୋବଡ଼େ, ଜଷ୍ଟିସ ଗୋଗଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ  ତିନିଜଣିଆ ଖଣ୍ଡପୀଠ ଏହି ପିଟିସନ୍  ଏବଂ ପଡ଼ିରହିଥିବା ଅନ୍ୟାନ୍ୟ ମାମଲାର ଶୁଣାଣି କରିଛନ୍ତି।

{"id":156916,"width":576,"height":326,"sizeSlug":"large"}

ସୂଚାନାଯୋଗ୍ୟ ଯେ, ସଂସଦରେ ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ନାଗରିକତା ସଂଶୋଧିତ ବିଲ୍ ପାସ ହେବା ପରେ ଦେଶବ୍ୟାପୀ ଏହାକୁ ବିରୋଧ କରାଯାଇଥିଲା । ବିଶେଷ କରି ଉତ୍ତର-ପୂର୍ବ ଅଞ୍ଚଳରେ ଏହାକୁ ବିରୋଧ କରି ବିଶେଷ ଭାବେରେ ବିରୋଧ ଦେଖାଦେଇଥିଲେ , ଯେପରି କି- ଆସାମ, ମେଘାଳୟ, ତ୍ରିପୁରା, ପଶ୍ଚିମବଙ୍ଗ, ଦିଲ୍ଲୀରେ ହିଂସା ଦେଖାଦେଇଥିଲା ।

{"id":198127,"sizeSlug":"large"}

ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ହିଂସାର ପରିମାଣ ବ୍ୟାପକ ଭାବେ ବ୍ୟାପିଥିଲେ, ଏନେଇ ବିଶ୍ବବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ତେବେ ଦିଲ୍ଲୀର ଜାମିଆ ଅଞ୍ଚଳରେ ରବିବାର ଦିନ ଆନ୍ଦୋଳନକାରୀ ୩ଟି ବସ୍ ଓ ଗୋଟିଏ କାର୍‌କୁ ନିଆଁରେ ପୋଡି ଦେଇଥିଲେ । ନିଆଁ ଲିଭାଇବାକୁ ଉଦ୍ୟମ କରିବାସ ସମୟରେ ଅଗ୍ନିଶମ ବାହିନୀ ଓ ପୋଲିସ ଉପରକୁ ଢେଲା , ପଥର ମାଡ କରିଥିଲେ ଆନ୍ଦୋଳନକାରୀ । ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିନା ଅନୁମତି ଛାତ୍ରଙ୍କୁ ମାଡ ମାରିଥିବାର ଅଭିଯୋଗ ମଧ୍ୟ ଦିଲ୍ଲୀ ପୋଲିସ ବିରୋଧରେ ଆସିଛି । ସେହିପରି ଉତ୍ତରପ୍ରଦେଶର ନାଲଦ୍ବା କଲେଜରେ ମଧ୍ୟ ହିଂସା ଦେଖାଦେଇଥିଲା ।

{"id":199258,"width":591,"height":328,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.