୨୦୨୧ ଜନଗଣନାରେ ପଛୁଆବର୍ଗ ଜାତିର ହେଉ ଅଲଗା ଗଣତି, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ ୨୬।୦୨: ୨୦୨୧  ଜନଗଣନାରେ ପଛୁଆ ବର୍ଗ ଜାତିର ଅଲଗା ଜନ ଗଣନା କରାଯିବା ପାଇଁ ଦାଖଲ ଆବେଦନ ଉପରେ ଶୁଣାଣି କରି ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପଛୁଆ ବର୍ଗର ଅଲଗା ଜନଗଣନା ଦ୍ଵାରା ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରିବ ବୋଲି ଆବେଦନରେ କୁହାଯାଇଥିଲା। ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ କୁହାଯାଇଛି ଯେ, କେନ୍ଦ୍ରର ସାମାଜିକ ନ୍ୟାୟ ମନ୍ତ୍ରଣାଳୟକୁ ୨୦୨୧ ଜନଗଣନାରେ ପଛୁଆ ବର୍ଗର ଭିନ୍ନ ଗଣନା କରିବାକୁ ନିର୍ଦ୍ଦେଶ ଦିଆଯାଉ।

ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ଣେତୃତ୍ଵାଧୀନ ପୀଠ  ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜାତୀୟ ପଛୁଆ ବର୍ଗ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ କରିବାକୁ କହିଛନ୍ତି।

ଆବେଦନରେ ଏହା ମଧ୍ୟ କୁହାଯାଇଛି, ପଛୁଆ ବର୍ଗ ପାଇଁ ଜାତିଓ୍ଵାରି ପ୍ରକ୍ରିୟାରେ ଗଣନା ହେବା ଉଚିତ୍। ଏଥିରେ ଶିକ୍ଷା ଓ ଚାକିରି ଆଦି କ୍ଷେତ୍ରରେ ମିଳୁଥିବା ସଂରକ୍ଷଣ ଓ ପଞ୍ଚାୟତି ନିର୍ବାଚନ ଆଦିରେ ଲୋକେ ଅଧିକ ଉପକୃତ ହୋଇ ପାରିବେ। ଫର୍ମରେ ୩୨ଟି କାଟାଗୋରୀ ହେବା ଉଚିତ୍। ଏଥିରେ ହିନ୍ଦୁ, ମୁସଲମାନ, ଏସସି ଓ ଏସଟି ଆଦି କାଟାଗୋରୀ ରହିଛି,  ହେଲେ ପଛୁଆ ବର୍ଗ ପାଇଁ ନାହିଁ। ତେଣୁ ଜାତିଓ୍ଵାରି ଜନଗଣନା ହେବା ଉଚିତ୍ ଓ ପଛୁଆ ବର୍ଗର କାଟାଗୋରୀ ହେବା ଉଚିତ୍ ବୋଲି ଆବେଦନରେ ଦର୍ଶାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.