Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆସନ୍ତାକାଲି ମହାରାଷ୍ଟ୍ର ମାମଲାର ଶୁଣାଣି : ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

24/11/2019 at 12:37 PM

ନୂଆଦିଲ୍ଲୀ ୨୪।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି ନେଇ ଶୁଣାଣି । ସୁପ୍ରିମକୋର୍ଟର ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।  ଆସନ୍ତାକାଲି ସକାଳ ସାଢେ ୧୦ଟା ବେଳେ ପୁଣି ଶୁଣାଣି ହେବ । ସୁପ୍ରିମକୋର୍ଟ ସବୁ ପକ୍ଷକୁ ନୋଟିସ ଜାରି କରିଛନ୍ତି । ସମସ୍ତ ପକ୍ଷଙ୍କୁ ୨୪ଘଣ୍ଟାର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ଶିବସେନା-ଏନସିପି ଏବଂ କଂଗ୍ରେସର ଆବେଦନର ଆଜି ଶୁଣାଣି କରି କେନ୍ଦ୍ର, ମହାରାଷ୍ଟ୍ର ସରକାର, ଫଡନବୀସ ଏବଂ ଅଜିତ ପୱାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ଆସନ୍ତାକାଲି ଜବାବ ଦାଖଲ କରିବେ କେନ୍ଦ୍ର ସରକାର । ରାଜ୍ୟପାଳଙ୍କ ଆଦେଶ ଏବଂ ସରକାର ଗଠନ ପାଇଁ ଫଡନବୀସ ଦେଇଥିବା ସମର୍ଥନ ପତ୍ରକୁ ଆସନ୍ତାକାଲି ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଶିବସେନା-ଏନସିପି-କଂଗ୍ରେସ ତରଫରୁ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭୀ ନିଜର ପକ୍ଷ ରଖି ରାଜ୍ୟପାଳଙ୍କ ଫଇସଲା ଉପରେ ପ୍ରଶ୍ନ ଉଠାଇଥିଲେ । ରାଜ୍ୟପାଳ ତାଙ୍କ ପଦର ଅପବ୍ୟବହାର କରିଥିବା କହିଥିଲେ । ଏହାସହ ଶୀଘ୍ର ଶକ୍ତି ପରୀକ୍ଷଣ ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ସେପଟେ ବିଜେପି ପକ୍ଷ ରଖି ମୁକୁଲ ରୋହତାଗି ଶୁଣାଣି ଲାଗି ଅଧିକ ସମୟ ମାଗିଥିଲେ । । ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

   Related Posts