Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଏସ୍.ଜୟଶଙ୍କରଙ୍କ ରାଜ୍ୟସଭା ନିର୍ବାଚନ ମାମଲା: ବିଭିନ୍ନ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

18/11/2020 at 5:25 PM

ନୂଆଦିଲ୍ଲୀ ୧୮।୧୧: କେନ୍ଦ୍ର ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ରାଜ୍ୟସଭା ନିର୍ବାଚନକୁ ଚାଲେଞ୍ଜ କରି ରୁଜୁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ନୋଟିସ୍ ଜାରି କରିଛନ୍ତି। ଏ ନେଇ ଆବେଦନକାରୀମାନେ ରାଜ୍ୟସଭାରେ ନିୟମିତ ରିକ୍ତ ପଦବୀ ଲାଗି ଆକସ୍ମିକ ଉପନିର୍ବାଚନ ଲାଗି ପୃଥକ ଅଧିସୂଚନା ଜାରି କରିବାରେ ନିର୍ବାଚନ ଆୟୋଗଙ୍କ କ୍ଷମତାକୁ ପ୍ରସଙ୍ଗ  କରିଛନ୍ତି।

ଗୁଜରାଟରୁ ରାଜ୍ୟସଭାକୁ ଏସ୍.ଜୟଶଙ୍କରଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଭିନ୍ନ ଆବେଦନକାରୀଙ୍କ ପିଟିସନର ଏକ ବ୍ୟଚ୍‌ ଉପରେ ସୁପ୍ରିମକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି। ଏଥିରେ ଗୋଟିଏ ପିଟିସନ କଂଗ୍ରେସ ସାଂସଦ ଗୌରବ ପାଣ୍ଡ୍ୟାଙ୍କର ମଧ୍ୟ ରହିଛି। କପିଲ ଶିବଲଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ନ୍ୟାୟାଧୀଶ  ଜଷ୍ଟିସ୍‌ ଏସ୍.ଏ.ବୋବଡେ, ଜଷ୍ଟିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ୍‌ ଭି.ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏହି ସବୁ ମାମଲାର ଶୁଣାଣି ଲାଗି ଗୋଟିଏ ତାରିଖ ନିର୍ଦ୍ଧାରିତ ହେବା ଆବଶ୍ୟକ ବୋଲି କହିଛନ୍ତି।

ଭିଡିଓ କନଫରେନସିଂରେ ଅନୁଷ୍ଠିତ ଏହି ଶୁଣାଣିରେ କୋର୍ଟ ‘ଆମେ ଆପଣଙ୍କୁ ଏକ ତାରିଖ ଦେବୁ ଓ ତାହାକୁ ବିବିଧ ଦିନଲାଗି ସୂଚୀବଦ୍ଧ କରାଯିବ’ ବୋଲି କହିଛନ୍ତି। ଜୟଶଙ୍କରଙ୍କ ପକ୍ଷରୁ ନିଯୁକ୍ତ ବରିଷ୍ଠ ଓକିଲ ହରିସ ସାଲଭେ କୋର୍ଟଙ୍କ ନୋଟିସ୍‌ ଗ୍ରହଣ କରିଛନ୍ତି। ମାମଲାରେ ଗୁଜରାଟ ଉଚ୍ଚନ୍ୟାୟାଳୟ କଂଗ୍ରେସ ସାଂସଦ ପାଣ୍ଡ୍ୟାଙ୍କ ଆବେଦନକୁ ଅଗ୍ରାହ୍ୟ କରିସାରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଜୁଗଲଜୀ ଠାକୋରଙ୍କ ନିର୍ବାଚନକୁ ବିରୋଧ କରି କଂଗ୍ରେସ ନେତ୍ରୀ ଚନ୍ଦ୍ରକିତାବେନ ଚୂଡାସମା ଓ ପରେଶ କୁମାର ଧନାନୀଙ୍କ ଦ୍ୱାରା ରୁଜୁ ଅନ୍ୟ ଦୁଇଟି ପିଟିସନକୁ ମଧ୍ୟ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।

ମାମଲାରେ ଚୂଡାସମା ଓ ଧନାନୀ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛନ୍ତି। ଜୟଶଙ୍କର ଓ ଠାକୋର ଉଭୟ ରାଜ୍ୟସଭାରେ ଖାଲି ହୋଇଥିବା ଅମିତ ଶାହ ଓ ସ୍ମୃତି ଇରାନୀଙ୍କ ଆସନ ଲାଗି ୫ ଜୁଲାଇ ୨୦୧୯ରେ ଗୁଜରାଟରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ନିର୍ବାଚନରେ ପାଣ୍ଡ୍ୟା ଏବଂ  ଚୂଡାସମାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା। ଏଥିରେ କଂଗ୍ରେସ ନେତାମାନେ ରାଜ୍ୟ ଉଚ୍ଚନ୍ୟାୟାଳୟଙ୍କ ଶରଣାପନ୍ନ ହୋଇଥିଲେ। ନିର୍ବାଚନ କମିଶନ ଦୁଇ ରିକ୍ତ ଆସନକୁ ପୃଥକ ପୃଥକ ଶ୍ରେଣୀରେ ବିଭକ୍ତ କରି ପୃଥକ ଉପନିର୍ବାଚନ କରାଇଥିଲେ। ଯାହାକୁ କଂଗ୍ରେସ ନେତାମାନେ ସାମ୍ବିଧାନିକ ବ୍ୟବସ୍ଥାରେ୧୯୫୧  ଜନପ୍ରତିନିଧି (ଆରପି) ଆଇନ ଓ ନିର୍ବାଚନ ସଞ୍ଚାଳନ ନିୟମ ୧୯୬୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଅଭିଯୋଗ କରିଥିଲେ।

ତେବେ ଆବେଦନକାରୀ ଉଚ୍ଚନ୍ୟାୟାଳୟଙ୍କୁ  ଏପରି ନିର୍ବାଚନର କାରଣ ନେଇ କୌଣସିସ୍ପଷ୍ଟ ଉତ୍ତର ଦେଇପାରିନଥିଲେ। ଏଣୁ ନ୍ୟାୟାଳୟ ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଜୟଶଙ୍କର ଓ ଠାକୋର ନିଜନିଜ ପକ୍ଷ ରଖି ଏପରି ନିର୍ବାଚନ କରାଇ ନିର୍ବାଚନ ଆୟୋଗ କୌଣସି ନିୟମ ଭଙ୍ଗ କରିନଥିବା କହିଥିଲେ। ୨୦୦୯ ମସିହା ପରେ ରାଜ୍ୟସଭାରେ ଖାଲି ହେଉଥିବା କାଜୁଆଲ ଶୂନ୍ୟ ପଦବୀ ନିମନ୍ତେ ପୃଥକ ଅଧିସୂଚନା ଜାରି ନିମନ୍ତେ  ନିର୍ବାଚନ ପାନେଲ ପୃଥକ ଅଭ୍ୟାସ କରିଥିବା ସେମାନେ ଦର୍ଶାଇଥିଲେ।

   Related Posts