‘କାଳିଆ’ ଯୋଜନାକୁ ଝଟ୍କା : ସୁପ୍ରିମକୋର୍ଟଙ୍କ ନୋଟିସ୍, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନ ପୂର୍ବରୁ ଲଞ୍ଚ୍ ହୋଇଥିଲା ଯୋଜନା !
2/07/2019 at 1:47 PM

ନୂଆଦିଲ୍ଲୀ ୨|୭: କାଳିଆ ଯୋଜନା ନେଇ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସିଧା ଟଙ୍କା ଟ୍ରାନ୍ସଫର ଘଟଣାରେ ଏହି ନୋଟିସ ଜାରି କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଦ୍ବାରା ଗଠିତ ୩ ଜଣିଆ ଖଣ୍ଡପୀଠ ଓଡିଶା ସରକାରଙ୍କ ସମେତ ନିର୍ବାଚନ କମିଶନ, କେନ୍ଦ୍ର ସରକାର, ଆନ୍ଧ୍ରପ୍ରଦେଶ ସରକାର, ପଶ୍ଚିମବଙ୍ଗ ସରକାର, ଝାଡଖଣ୍ଡ ଏବଂ ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଭୋଟରଙ୍କୁ ଆକର୍ଷଣ କରିବା ପାଇଁ ଓଡିଶା ସମେତ କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାର ବିଭିନ୍ନ ଯୋଜନା ଲଞ୍ଚ କରିଥିଲେ, ଯାହା ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ନୋଟିସ୍ ଜାରି କରିଛନ୍ତି ।
Related Posts
ପଶ୍ଚିମବଙ୍ଗ ନିର୍ବାଚନ, ଭୋଟ ପୂର୍ବରୁ ପରଲୋକରେ ବିଧାୟକ ପ୍ରାର୍ଥୀ
16 April 2021