Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

Zoom ଆପ୍‌କୁ ନେଇ ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

23/05/2020 at 7:40 PM

ନୂଆଦିଲ୍ଲୀ : ବ୍ୟକ୍ତିଗତ ଓ ଅଧିକାରୀକ କାର୍ଯ୍ୟକ୍ରମରେ ‘ଜୁମ’ ଆପ୍  ନିଷିଦ୍ଧ ଲାଗି ଦାବି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ  କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିରେ ଗୋପନୀୟତା ଉଲ୍ଲଂଘନ ନେଇ ଚିନ୍ତା ବ୍ୟକ୍ତ କରାଯାଇଥିବାରୁ କୋର୍ଟ ସରକାରଙ୍କୁ ୪ ସପ୍ତାହରେ ଜବାବ ମାଗିଛନ୍ତି। 

ଦିଲ୍ଲୀ ବାସିନ୍ଦା ହର୍ଷ ଚୁଘ ଏ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିବାବେଳେ ସେ ଏହି ଭିଡିଓ କଲିଂ ଆପ୍ ଉପରେ ତୁରନ୍ତ କଟକଣା ଜାରି କରିବାକୁ ନିବେଦନ କରିଛନ୍ତି। ଦେଶରେ ଯେଉଁ ପର୍ଯ୍ୟନ୍ତ ଏଥିଲାଗି ସରକାର ବିଧିବଦ୍ଧ ଆଇନ ପ୍ରଣୟନ ନ କରିଛନ୍ତି ସେପର୍ଯ୍ୟନ୍ତ ଏଭଳି ଆପ୍‌ କୁ ନିଷିଦ୍ଧ କରିବା ଲାଗି ଚୁଘ ଦାବି କରିଛନ୍ତି। ଏହି ଆପ୍ ଦ୍ୱାରା ଗୋପନୀୟତା ଉଲ୍ଲଂଘନ ହେବାର ଅନେକ ଆଶଙ୍କା ରହିଛି। ଏଣୁ  ବିଶେଷଜ୍ଞଙ୍କ ଦ୍ୱାରା ଆପ୍‌ର ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଚୁଘ କୋର୍ଟଙ୍କୁ ନିବଦେନ କରିଛନ୍ତି। 

ଚୁଘ ତାଙ୍କ ପିଟିସନରେ ଦେଶରେ କୋଭିଡ-୧୯ ସଂକ୍ରମଣ ପରଠାରୁ ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷଣ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ଏକତ୍ର ସମ୍ବାଦ ଲାଗି ଏହି ଆପ୍ ବେଶ୍ ଉପଯୋଗୀ ହୋଇଥିବା ବେଳେ ଲୋକେ ପରସ୍ପରକୁ ସହଯୋଗର ହାତ ବଢାଇବା ବଦଳେ ଆପ୍‌ରେ ପରସ୍ପର ସହ ସମ୍ପର୍କ ସ୍ଥାପନା କରୁଛନ୍ତି। ଏହା ଦ୍ୱାରା ବ୍ୟକ୍ତିଗତ ସୂଚନାର ବ୍ୟାପକ ଦୂରୁପଯୋଗ ହେଉଥିବାର ଚୁଘ ଅଭିଯୋଗ କରିଛନ୍ତି।

ଏସଟିଏଫ ଏ ନେଇ ପୂର୍ବରୁ ସନ୍ଦେହ ବ୍ୟକ୍ତ କରିବା ସହ ଏହି ଆପ୍‌ ଲାଗି ସରକାରୀ ବିଭାଗ ଓ ଘରୋଇ ସଂସ୍ଥାନଙ୍କୁ ସତର୍କ ବି କରାଇଥିଲେ। ଏବେ ଏହି ଆପ୍‌ ଦ୍ୱାରା ଡାଟା ଚୋରି କରି ବିକ୍ରି କରାଯାଉଥିବାର  ସାମ୍ନାକୁ ଆସିବା ପରେ ଉଦବେଗ ପ୍ରକାଶ ପାଇଛି। ଏଥିରୁ କୌଣସି ଜରୁରି ଆଲୋଚନାକୁ ସାଇବର ଅପରାଧୀ ଆରାମରେ ଶୁଣି ବି ପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି।

   Related Posts