Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

‘ଚୌକିଦାର ଚୋର ହେ’ ବୟାନରେ ଫସିଲେ ରାହୁଲ : କୋର୍ଟଙ୍କ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ଜାରି କଲେ କାରଣ ଦର୍ଶାଅ ନୋଟିସ

15/04/2019 at 12:17 PM

ନୂଆଦିଲ୍ଲୀ ୧୫/୪ : ରାଫେଲ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁବେଳେ ଟାର୍ଗେଟ କରି ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ | ଯାହାଫଳରେ ଅନେକଥର ରାହୁଲ ମୋଦିଙ୍କୁ ଆକ୍ଷେପ କରି ବିବାଦୀୟ ବୟାନ ଦେଇଛନ୍ତି | ରାଫେଲ ମାମଲାରେ ରାହୁଲ ମୋଦିଙ୍କୁ ‘ଚୌକିଦାର ଚୋର ହେ’ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ | ତେବେ ରାହୁଲଙ୍କ ଏହି ବୟାନ ଉପରେ ସୁପ୍ରିମକୋର୍ଟ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି |


କୋର୍ଟଙ୍କ ଅବମାନନା କରିଥିବା ଅଭିଯୋଗରେ ରାହୁଲଙ୍କୁ ଏହି ନୋଟିସ ଜାରି କରାଯାଇଛି | ମାମଲାର ପରବର୍ତ୍ତୀ ଶୁଣାଣି ୨୩ ତାରିଖରେ ହେବ | ୨୩ ତାରିଖ ପୂର୍ବରୁ ରାହୁଲଙ୍କୁ ନିଜ ଜବାବ ଦେବାକୁ ପଡିବ | ବିଜେପି ନେତା ମିନାକ୍ଷୀ ଲେଖି ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ |


ଆଜି ଏହି ମାମଲାର ଶୁଣାଣି ଥିଲା | ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ମାମଲାର ଶୁଣାଣି କରିଛନ୍ତି | ସେ ରାହୁଲଙ୍କୁ ଜବାବ ମାଗିଛନ୍ତି | ୨୩ ତାରିଖ ପୂର୍ବରୁ ଜବାବ ଦେବାକୁ ରାହୁଲଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି |


ରାଫେଲ ମାମଲାରେ ପୁନର୍ବାର ବିଚାର କରାଯିବା ଆବେଦନକୁ ମଞ୍ଜୁରୀ ଦେଇଥିଲେ ସୁପ୍ରିମକୋର୍ଟ | ଏହାପରେ ରାହୁଲ ବିବାଦୀୟ ବୟାନ ରଖିଥିଲେ | ସେ କହିଥିଲେ ଯେ, ସୁପ୍ରିମକୋର୍ଟ ମଧ୍ୟ କହୁଛନ୍ତି ଯେ, ଚୌକିଦାର ଚୋର ହେ | ଏହି ବୟାନକୁ ନେଇ ମିନାକ୍ଷୀ ଲେଖି ଆବେଦନ କରିଥିଲେ | ସେ କହିଥିଲେ ଯେ, ରାହୁଲ ସୁପ୍ରିମକୋର୍ଟଙ୍କ ଅବମାନନା କରିଛନ୍ତି | ଅପରପକ୍ଷରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ, କୋର୍ଟ ଏହିଭଳି କୌଣସି ବୟାନ ଦେଇନଥିଲେ |


ସୂଚନାଯୋଗ୍ୟ ଯେ, ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ ଚିଟ ଦେଇଥିଲେ | ରାଫେଲ ବିମାନର କ୍ରୟ ପ୍ରକ୍ରିୟାକୁ କୋର୍ଟ ଠିକ ବୋଲି କହିଥିଲେ | ଏହାପରେ ପ୍ରଶାନ୍ତ ଭୂଷଣ, ଅରୁଣ ସୋରି ଏବଂ ଯଶବନ୍ତ ସିହ୍ନା କୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବାର ବିଚାର କରିବା ପାଇଁ ଆବେଦନ କରିଥିଲେ | ପୁନର୍ବାର ଆବେଦନକୁ କୋର୍ଟ ସ୍ୱୀକାର କରିଥିଲେ |

   Related Posts