ନିର୍ବାଚନବେଳେ ଚାଷୀଙ୍କ ପାଇଁ ଯୋଜନା ଘୋଷଣା କରି କେନ୍ଦ୍ରଠୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ହରଡଘଣାରେ, ନୋଟିସ ଜାରି କଲେ ସୁପ୍ରିମ କୋର୍ଟ

Published By : Prameya-News7 Bureau | July 02, 2019 IST

ନୂଆଦିଲ୍ଲୀ୨|୭: କାଳିଆ ଯୋଜନା ନେଇ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ।  ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସିଧା ଟଙ୍କା ଟ୍ରାନ୍ସଫର ସ୍କିମ୍‌କୁ ନେଇ  ନିର୍ବାଚନ କମିଶନ, କେନ୍ଦ୍ର ସରକାର, ଆନ୍ଧ୍ରପ୍ରଦେଶ ସରକାର, ପଶ୍ଚିମବଙ୍ଗ ସରକାର,ଝାଡଖଣ୍ଡ ଏବଂ ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି କୋର୍ଟ । ଭୋଟରଙ୍କୁ ଆକର୍ଷଣ କରିବା ପାଇଁ  ଏଭଳି ଟଙ୍କା ବଣ୍ଟନ ସ୍କିମକୁ ନେଇ ପି ପୁଲ୍ଲା ରାଓ ନାମକ ଜଣେ ବ୍ୟକ୍ତି କେସ୍‌ ରୁଜୁ କରିଥିଲେ। ଏହା ପରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି କୋର୍ଟଙ୍କ ନୋଟିସ ମିଳିଲେ ତର୍ଜମା ହେବ ।

{"id":129888}

କାଳିଆ ଯୋଜନାକୁ ନେଇ ଅଡୁଆରେ ରାଜ୍ୟ ସରକାର ।  ନିର୍ବାଚନ ପୂର୍ବରୁ ଯୋଜନା ପ୍ରଣୟନ କରି ଚାଷୀଙ୍କୁ କିଭଳି ଟଙ୍କା ବାଣ୍ଟିଲ ତାର ଜବାବ ଦିଅ । ରାଜ୍ୟ ସରକାରଙ୍କୁ ଏମିତି ନୋଟିସ ଜାରି କରିଛନ୍ତି ରାଜ୍ୟ ସରକାର । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରି ଚାଷୀଙ୍କ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ଦେଇଥିଲେ । କେବଳ ଓଡିଶା ସରକାର ନୁହଁନ୍ତି କେନ୍ଦ୍ରସରକାରଙ୍କ ପିଏମ କିଶାନନିଧି ଯୋଜନା, ଆନ୍ଧ୍ରସରକାରଙ୍କ ମୁଖ୍ୟମନ୍ତ୍ରୀ କିଶାନ ଯୋଜନା, ତେଲାଙ୍ଗାନା ସରକାରଙ୍କ ରୟତବନ୍ଧୁ ଯୋଜନା ସାଙ୍ଗକୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ସରକାର ମଧ୍ୟ ନିର୍ବାଚନ ପୂର୍ବରୁ କୃଷକଙ୍କ ପାଇଁ ଯୋଜନା କରିଥିଲେ । ଏହି ଯୋଜନା ଲାଗି ଓଡିଶା ସମେତ ଏସବୁ ରାଜ୍ୟକୁ ଜବାବ ଦାଖଲ କରିବାକୁ ନୋଟିସ  କରିଛନ୍ତି ସୁପ୍ରିମକୋର୍ଟ । ତେଲେଙ୍ଗାନାର ପି. ପୁଲାରାଓଙ୍କ ପିଟିସନ ଉପରେ ଶୁଣାଣି କରି ଏହି ନୋଟିସ ହୋଇଛି।

{"id":129889}

ନିର୍ବାଚନ ପୂର୍ବରୁ ଚାଷୀଙ୍କ ଲାଗି ହୋଇଥିବା ଯୋଜନାକୁ ନେଇ ସୁପ୍ରିମକୋର୍ଟ ଜବାବ ମାଗିବା ପରେ ଏହାକୁ ନେଇ ରାଜ୍ୟରେ ଯୋର ଧରିଛି ରାଜନୀତି । ପୂର୍ବରୁ ଯୋଜନାକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ ଏବେ ପୁଣି ମୌକା ମୌକା । ରାଜ୍ୟ ସରକାର ଭୋଟ ହାତେଇବା ଲାଗି ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଲାଞ୍ଚ ଦେଇଥିଲେ ବୋଲି ବିରୋଧୀ କହିଛନ୍ତି । ସେହିଭଳି କଂଗ୍ରେସ କହିଛି କେନ୍ଦ୍ରସରକାର ମଧ୍ୟ ସମାନ ଢଙ୍ଗରେ ନିର୍ବାଚନ ବେଳେ ଯୋଜନା ଆରମ୍ଭ କରିଥିଲେ । ସେତେବେଳେ ନିର୍ବାଚନ କମିଶନ ଏହାକୁ ବନ୍ଦକରିନଥିଲେ କାହିଁକି । ଏବେ ଏହାର ବି ତଦନ୍ତ ହେବା ଦରକାର । ସେପଟେ ରାଜ୍ୟ କୃଷିମନ୍ତ୍ରୀ କହିଛନ୍ତି ସୁପ୍ରିମକୋର୍ଟଙ୍କ ନୋଟିସ ମିଳିଲେ ତାର ତର୍ଜମା ହେବ ।

{"id":129890}

ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ପି ପୁଲାରାଓ ଆବେଦନରେ ଦର୍ଶାଇଥିଲେ। ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରୁଛି ଏବଂ ଏଭଳି ଘୋଷଣା ଅବାଧ ତଥା ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି ବୋଲି ପିଟିସନରେ ସେ ଜଣାଇଛନ୍ତି। ନିର୍ବାଚନର ଅତି କମ୍‌ରେ ୬ ମାସ ଭିତରେ ଏଭଳି ଯୋଜନା ଘୋଷଣା ନ କରିବାକୁ ପଦକ୍ଷେପ ନିଆଯାଉ ବୋଲି ଆବେଦନକାରୀ କହିଛନ୍ତି।  କୋର୍ଟ ନୋଟିସ ଜାରି କରିଛନ୍ତି  କୋର୍ଟ ହିଁ ସ୍ଥିର କରିବେ ଏଭଳି ଯୋଜନାଗୁଡ଼ିକର ଭବିଷ୍ୟତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.