Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଭିଡ ହିଂସା(ମବ୍‌ ଲିଞ୍ଚିଂ)ନେଇ କେନ୍ଦ୍ର ଓ ୧୦ ରାଜ୍ୟ ସରକାରଙ୍କୁ ନୋଟିସ ଜାରୀ କଲେ ସୁପ୍ରିମ କୋର୍ଟ

26/07/2019 at 6:44 PM

ନୂଆଦିଲ୍ଲୀ୨୬|୭:  ଦେଶରେ ଭିଡ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ବାରା ବଳି ପଡୁଛନ୍ତି ନିରୀହ ଲୋକ । ଅନେକ ସ୍ଥାନରେ ଲୋକଙ୍କୁ ପିଟି ପିଟି ମାରି ଦିଆଯାଉଛି। ଏହାକୁ ନେଇ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର ଏବଂ ୧୦ଟି ରାଜ୍ୟକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି।

ଭିଡ଼ ହିଂସା ରୋକିବା ଲାଗି କ’ଣ ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଗତବର୍ଷ ଶୁଣାଣି ସମୟରେ ଭିଡ ହିଂସା ରୋକିବା ଲାଗି ୧୧ଟି ପ୍ରସ୍ତାବ ପାଳନ କରିବାକୁ ସୁପାରିସ୍‌ କରିଥିଲେ ସୁପ୍ରିମକୋର୍ଟ । କିନ୍ତୁ ସେସବୁ କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ସାନି ପିଟିଶନ ଦାଖଲ ହୋଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ମାନବାଧିକାର କମିଶନ ଏବଂ ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଝାଡଖଣ୍ଡ, ବିହାର, ଜାମ୍ମୁ-କଶ୍ମୀର, ସମେତ ୧୦ ରାଜ୍ୟକୁ ନୋଟିସ ଜାରି କରିଛନ୍ତି।

   Related Posts