ମୋଦି ଶାହଙ୍କ ବିରୋଧରେ ଆଚରଣ ବିଧି ଉଲଂଘନ ମାମଲା : ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

Published By : Prameya-News7 Bureau | April 30, 2019 IST

ନୂଆଦିଲ୍ଲୀ ୩୦/୪ : କଂଗ୍ରେସ ନେତା ସୁସ୍ମିତା ଦେବ ନିର୍ବାଚନ ଆୟୋଗ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ | ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ଆଚରଣ ବିଧି ଉଲଂଘନ କରିଥିବା ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା | କିନ୍ତୁ ନିର୍ବାଚନ ଆୟୋଗ ଏହି ମାମଲାରେ କୌଣସି ପଦକ୍ଷେପ ନ ନେଇଥିବା ଅଭିଯୋଗରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା | ଆଜି ସୁପ୍ରିମକୋର୍ଟରେ ଏହି ମାମଲା ଶୁଣାଣି ଚାଲିଥିଲା | ସୁସ୍ମିତା ଦେବଙ୍କ ଆବେଦନ ପରେ ଆଜି ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି |

{"id":109123}

ଆଚରଣ ବିଧି ମାମଲାରେ ଆୟୋଗ ପ୍ରଧାନମନ୍ତ୍ରୀ ମୋଦି ଓ ଶାହଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ନୋଟିସରେ ଉଲ୍ଲେଖ ରହିଛି | ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ଦିନ ହେବ |
ସୂଚନାଯୋଗ୍ୟ ଯେ, ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ନିଜର ପକ୍ଷ ରଖିଥିଲେ | ସେ କହିଥିଲେ ଏହି ମାମଲାରେ ବର୍ତ୍ତମାନ ବୈଠକ ଚାଲିଛି | ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

{"id":109124}


ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ନିର୍ବାଚନୀ ପ୍ରଚାରରେ ସୈନ୍ୟବଳଙ୍କ ନାଁରେ ଭୋଟରଙ୍କୁ ଅପିଲ କରି ଆଚରଣ ବିଧି ଉଲଂଘନ କରିଛନ୍ତି ବୋଲି କଂଗ୍ରେସ ସାଂସଦ ସୁସ୍ମିତା ଦେବ ଅଭିଯୋଗ କରିଥିଲେ | ଏନେଇ ସେ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆୟୋଗ କୌଣସି ପଦକ୍ଷେପ ନେଇନଥିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ସେ ସୁପ୍ରିମକୋର୍ଟରେ ଲିଖିତ ଅଭିଯୋଗ କରିଥିଲେ | ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବେଞ୍ଚ ଏହି ମାମଲାରେ ୨୪ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଗୁହାରି କରିଥିଲେ | କୋର୍ଟ ୩୦ ତାରିଖରେ ଶୁଣାଣି କରିବେ ବୋଲି ଆଦେଶ ଦେଇଥିଲେ | କୋର୍ଟ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ୨ ତାରିଖକୁ ଘୁଞ୍ଚାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.